ଜଟଣୀରେ ପରିବା ମାର୍କେଟ ଅନ୍ୟତ୍ର ସ୍ଥାନାନ୍ତରିତ

ଜଟଣୀ୫: ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ପରିବା ମାର୍କେଟରେ ଭିଡ଼କୁ ଏଡେଇବା ପାଇଁ ପୌର ପରିଷଦର ବିଭିନ୍ନ ମାର୍କେଟର ପରିବା ବ୍ୟବସାୟୀଙ୍କୁ ସ୍ଥାନୀୟ ସୀତାରାମ ଛକସ୍ଥିତ ଚର୍ଚ୍ଚ ପଡ଼ିଆକୁ ସ୍ଥାନାନ୍ତରିତ କରିଛନ୍ତି । ରାସ୍ତା ପାଶ୍ୱର୍ରେ ବ୍ୟବସାୟ କରୁଥିବା ୨୦୦ରୁ ଅଧିକ ପରିବା ଓ ଫଳ ବ୍ୟବସାୟୀ ବୁଧବାର ଠାରୁ ଏହି ଚର୍ଚ୍ଚ ପଡ଼ିଆ ପରିସରରେ କୋଭିଡ଼ ନିୟମ ଓ ଲକ୍‌ଡାଉନ୍‌ର ନିର୍ଦ୍ଧାରିତ ସମୟ ସକାଳ ୬ଟାରୁ ୧୨ଟା ମଧ୍ୟରେ ବ୍ୟବସାୟ କରିବେ । ସ୍ଥାନୀୟ ଆର୍‌ଏମ୍‌ସି ୟାର୍ଡ ପରିସରରେ ପୂର୍ବରୁ ଆମିଷ ମାର୍କେଟ ସ୍ଥାନାନ୍ତରିତ ହୋଇସାରିଛି । ମ୍ୟୁନିସିପାଲିଟି ପକ୍ଷରୁ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି ବିଭିନ୍ନ ବଜାର କମିଟି କର୍ମକର୍ତାଙ୍କୁ ଡକାଇ ଅବଗତ କରାଇଥିଲେ । ଏହାଛଡ଼ା ସାହି ଓ ବସ୍ତିଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ମ୍ୟୁନିସିପାଲିଟି ପକ୍ଷରୁ ସଚେତନ କରାଯାଉଛି ।

Leave A Reply

Your email address will not be published.

4 × 3 =