ଜନସାଧାରଣଙ୍କୁ କରୋନା ସଚେତନ ବାର୍ତା ଦେଲେ ବିଧାୟକ ସୁଧିର ସାମଲ

ଢେଙ୍କାନାଳ: ମହାମାରୀ କରୋନା ସାରା ଭାରତବର୍ଷକୁ କବଳିତ କରି ରଖିଛି । ଓଡିଶାରେ ମଧ୍ୟ ଏହା ସମସ୍ତ ଜିଲ୍ଲାକୁ ବ୍ୟାପିଛି । ରାଜ୍ୟ ସରକାର ଏହାର ଦୃଢ ମୁକାବିଲା କରି ବିଶ୍ୱରେ ପ୍ରଶଂସା ପାଇଛନ୍ତି । ଏହି କରୋନାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନେକ ସ୍ୱତନ୍ତ୍ର ଯୋଜନା ଓ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ଏହି ମହାମାରିର କୌଣସି ଔଷଧ ବାହାରି ନଥିବାରୁ ସଚେତନ ଓ ସତର୍କତା କରୋନାରୁ ମୁକ୍ତ ରଖିବା ପାଇଁ ଏକମାତ୍ର ଉପାୟ । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମସ୍ତ ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତାମାନଙ୍କୁ ପବିତ୍ର ଗାନ୍ଧି ଜୟନ୍ତୀ ଅକ୍ଟୋବର ୨ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକମାସ ଧରି ଓଡିଶାର ପ୍ରତ୍ୟେକ ଅଂଚଳରେ ଜନସାଧାରଣଙ୍କୁ କରୋନା ସଚେତନ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁ୍ୟନିସିପାଲିଟି ଅଂଚଳରେ କରୋନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ବାଜିଚୌକ ଠାରେ ଶହୀଦ୍ ବାଜିରାଉତ୍ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ବାଜିରାଉତ ସ୍ମୃତିସ୍ତମ୍ଭ ଠାରୁ ରଥଗଡା ପର୍ଯ୍ୟନ୍ତ ପଦଯାତ୍ରା କରି ବ୍ୟବସାୟୀ, ଦୋକାନୀ, ପଥଚାରୀ, ଗାଡିରେ ଯାଉଥିବା ପ୍ରତ୍ୟେକ ଜନସାଧାରଣଙ୍କୁ ମାସ୍କ ଓ କରୋନା ସଚେତନ ପତ୍ର ବଂଟନ କରି କରୋନାରୁ କିଭଳି ସୁରକ୍ଷା ମିଳିପାରିବ ସେଥିପାଇଁ ସଚେତନ ସତର୍କ କରାଇଥିଲେ । ରଥଗଡା ପରିବା ମାର୍କେଟ୍ ଠାରେ ବିଧାୟକ ଶ୍ରୀ ସାମଲ ପରିବା ବ୍ୟବସାୟୀ ଓ ଜନସାଧାରଣଙ୍କୁ ସବୁ ସମୟରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା, ହାତକୁ ଭଲଭାବେ ସାବୁନ୍ ବା ସାନିଟାଇଜରରେ ସଫା ରଖିବା, ଅସୁସ୍ଥ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଏହା କଲେ କରୋନା ହାରିବ ଆମେ ଜିତିବା ବୋଲି ସଚେତନ କରିଥିଲେ । ଏହି ପଦଯାତ୍ରା ଓ ସଚେତନା କାର୍ଯ୍ୟରେ ଟାଉନ୍ ସଭାପତି ଇନ୍ଦ୍ରମଣି ବେହେରା, ବରିଷ୍ଠ ନେତା ଲକ୍ଷ୍ମୀଧର ସାହୁ, ଦେବୀ ପ୍ରସାଦ ଭୂତିଆ, ଯୁବ ସଭାପତି ଧର୍ମାନନ୍ଦ ପରିଡା, ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ରାଜ୍ୟ ମହିଳା ଉପସଭାନେତ୍ରୀ ସାଗରିକା ମିଶ୍ର, ଛାତ୍ର ସଭାପତି ସୁରଜ ମହାପାତ୍ର, ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର, ବରିଷ୍ଠ ଆଡଭୋକେଟ୍ ସୁରେଶ ମହାପାତ୍ର, ଆର୍ଜେନ୍ଦୁ ଜେନା, ଉମେଶ ପାଣିଗ୍ରାହୀ, ଅଲିମ୍ ଖାଁ, ସୁଶାନ୍ତ ଜେନା, ପ୍ରମିଳା ମହାପାତ୍ର, ବିମଳେନ୍ଦୁ ମହାପାତ୍ର, ଯୁବ ଉପସଭାପତି ବିନୋଦ ମହାନ୍ତି, ଶ୍ରୀକାନ୍ତ ଧଳ, ସୋନୁରାମ ସିଂ, ଅବିନାଶ ଜେନା, ଉର୍ବସୀ ମହାପାତ୍ର, ରାଜୁ ପାଣ୍ଡେ, ସଞ୍ଜୀବ ମଲ୍ଲିକ, କମଳା ସାହୁ, ମହମ୍ମଦ ସାଗିର୍, ରଞ୍ଜନ ନାୟକ, ପ୍ରଶାନ୍ତ ନାୟକ, ସରୋଜ ମଲ୍ଲିକ, ପ୍ରଦୁ୍ୟମ୍ନ ନାଏକ, ପିତବାସ ସାହୁ, ମନୋଜ କୁମାର ସିଂ, ପାର୍ଥସାରଥୀ ଦତ, ଦେବୀ ପ୍ରସାଦ ଶର୍ମା, ପ୍ରଫୁଲ୍ଲ ମହାନ୍ତି, ନିରାକାର ରାଉତ, ଅକ୍ଷୟ ଭୋଇ, ବିଶ୍ୱରଞ୍ଜନ ସାହୁ, ସୁଶିଲ୍ ଗୋଚ୍ଛାୟତ, ସୂର୍ଯ୍ୟକାନ୍ତ, ଅଭିଳାସ ସାହୁ, ହାପି ବେହେରା, ବଂଟି ମିଶ୍ର ଏବଂ ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର ଏବଂ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତା ଜନସାଧାରଣଙ୍କୁ କରୋନା ସଚେତନ କରିଥିଲେ ।

Leave A Reply

Your email address will not be published.

4 × one =