ଜମିଜମା ବିବାଦରୁ ସଙ୍ଘର୍ଷ : ୨ ଗିରଫ

ନିମାପଡା : ନିମାପଡା ବିଜ୍ଞାପିତ ଅଂଚଳ ପରିଷଦରେ ଜମି ବିବାଦକୁ ନେଇ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି । ଜଣେ ଗୁରୁତର ଥିବା ବେଳେ ଅନ୍ୟ କେତେକ ସାମାନ୍ୟ ଆହତ ହୋଇଛନ୍ତି । ପୋଲିସ୍ ପୃଥକ ମାମଲା ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପ ବ୍ଲକ ଆମ୍ବିଳିହଣା ଗ୍ରାମର କୈଳାସ ପାଣି ତାଙ୍କ ପରିବାର ସହିତ ଅମଲାପଡାରେ ଜାଗା କିଣି ଦୀର୍ଘଦିନ ହେବ ରହିଆସୁଛନ୍ତି । ଗଡଅଣ୍ଢିଆ ଗ୍ରାମ ନିକଟରେ ଏକ ଜାଗା ଥିବାରୁ ଶୁକ୍ରବାର କୈଳାସ ପାଣି ତାଙ୍କର ପତ୍ନୀ ଜୋସ୍ନାରାଣୀ ପାଣି, ପୁତ୍ର ଅଜୟ ପାଣି ସେଠାରେ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ । ଗଡ ଅଣ୍ଢିଆ ଗ୍ରାମ କିରଣ ପଟ୍ଟନାୟକ ରଂଜନ ମାର୍ଥା, କୃଷ୍ଣ ଆଚାର୍ଯ୍ୟ ସେଠାରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଅଜୟ ପାଣି ପ୍ରତିବାଦ କରିବାରୁ କିରଣ ରଂଜନ ଓ କୃଷ୍ଣ ଲୁହା ରଡ ଭୁଜାଲି ଶାବଳ ଧରି ଭୟଭୀତ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ଅଜୟ ଗୁରୁତର ଆହତ ହୋଇ ତଳେ ପଡି ସଜ୍ଞା ହରାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ପରିବାର ଲୋକେ ଚିକିତ୍ସା ପାଇଁ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଜୋସ୍ନାରାଣୀଙ୍କୁ ଅଭିଯୋଗ ଆଧାରରେ ପୋଲିସ୍ ଆଇପିସି ଧାରା ୩୪୧/୨୯୪/୩୨୩/୫୦୬/୩୭୯/୩୦୭/୩୫୪(ଖ)/୩୪ରେ ଥାନା କେସ୍ ନଂ-୪୮/୨୧ ରେ ମାମଲା ରୁଜୁ କରି କିରଣ ପଟ୍ଟନାୟକ ରଂଜନ ମାର୍ଥାଙ୍କୁ ଗିରଫ କରିଛି । ଜାମିନ ନଂମଜୁର ପରେ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡିଛି । ସେହିପରି କିରଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ଅଜୁ ପାଣି, କାଳିଆ ପାଣି, ବାପି ପାଣି, ତାଙ୍କ ଜାଗାକୁ ଅବରୋଧ କରିବାରୁ କିରଣ ପ୍ରତିବାଦ କରିଥିଲେ । ଅଜୁ, କାଳିଆ, ବାପି ମାରଣାସ୍ତ୍ର ସାହାଯ୍ୟରେ କିରଣକୁ ଆକ୍ରମଣ କରିବାରୁ ତଳେ ପଡିଯାଇଥିଲେ । ଆକ୍ରମଣକାରୀମାନେ ବେକରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ କରିଥିବା ବେଳେ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ କବଳରୁ କିରଣକୁ ଉଦ୍ଧାର କରିଥିଲେ । ଗ୍ରାମଲୋକଙ୍କ ସହାୟତାରେ କିରଣକୁ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକତ୍ସା ପାଇଁ ନିଆଯାଇଥିଲା । କିରଣଙ୍କ ଅଭିଯୋଗରେ ପୋଲିସ୍ ଆଇପିସି ଧାରା ୩୪୧/୩୨୩/୨୯୨/୫୦୬/୩୭୯/୩୪ରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନେ ପୋଲିସ୍ ଭୟରେ ଫେରାର ଅଛନ୍ତି ।

Leave A Reply

Your email address will not be published.

two × 3 =