ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ସମନ୍ୟୁୟ ବୈଠକକୁ ଆସିଲେନି ଡିଏଫଓ

ବନବାସୀ ମହଲରେ ଅସନ୍ତୋଷ ଓ ପୁଣି ଆନ୍ଦୋଳନ ପାଇଁ ସଜବାଜ

ସିନାପାଲି : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବନ ବିଭାଗ କାର୍ଯ୍ୟଳୟଠାରେ ଖଡିଆଳ ବନଖଣ୍ଡ ଅଧିକାରୀଙ୍କ ସହିତ ରବିବାର ହେବାକୁ ଥିବା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ସମନ୍ୱୟ ବୈଠକକୁ ଖଡିଆଳ ବନଖଣ୍ଡ ଅଧିକାରୀ ସମୟ ଧାର୍ଯ୍ୟ କରି ଆସିଲେ ନାହିଁ। ଫଳରେ ବନବାସୀ ମହଲରେ ଅସନ୍ତୋଷର ଦାନା ବାନ୍ଧୁଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ବିଭିନ୍ନ ସମସ୍ୟା କୁ ନେଇ ଗତ ୨୦ ତାରିଖ ଦିନ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ୬ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ପରେ ପ୍ରଶାସନ ତରଫରୁ ୩୦ ତାରିଖ  ସମନ୍ୱୟ ବୈଠକରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ  ଆନ୍ଦୋଳନରୁ ଓହରିଥିଲେ। ଧାରଣା ସ୍ଥଳକୁ ଏସିଏଫ ଶିବ ପ୍ରସାଦ ରଥ ପହଞ୍ଚି ଖଡିଆଳ ବନଖଣ୍ଡ ଅଧିକାରୀଙ୍କୁ ଭେଟି ଆଲୋଚନା କରିବାକୁ କହିଥିଲେ। ଏହି ଅନୁସାରେ  ଖଡିଆଳ ବନଖଣ୍ଡ ଅଧିକାରୀଙ୍କୁ କମିଟିର ସଦସ୍ୟମାନେ ଖଡିଆଳ ଯାଇ ଭେଟି ଆଲୋଚନା କରିଥିଲେ। ଆଗାମୀ ୩୦ ତାରିଖ ଦିନ ବୋଡ଼େନ ରେଞ୍ଜ ଅଫିସରେ ଏକ ସମନ୍ୱୟ ବୈଠକ ବସି ଏହାର ସମାଧାନ କରାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିବା ପରେ ଆନ୍ଦୋଳନକାରୀ ମାନେ ଧାରଣା ପ୍ରତ୍ୟାହୃତ କରିଥିଲେ। ହେଲେ ଖଡିଆଳ ବନଖଣ୍ଡ ଅଧିକାରୀ ସୁଶିଲ କୁମାର ଆସି ନ ଥିଲେ। ଦୂରଦୁରାନ୍ତ ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରୁ ଆସିଥିବା ବନବାସୀମାନେ ପୁଣି  ଥରେ ନିରାଶ ହୋଇଛନ୍ତି। ବୋଡ଼େନ ରେଞ୍ଜ ଅଫିସ ନିକଟରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ । ହେଲେ ଡିଏଫଓ   ଆସନ୍ତା ୧୦ ତାରିଖକୁ ପୁଣି ଧାର୍ଯ୍ୟ ରଖିଛନ୍ତି। ଏହି ଧାର୍ଯ୍ୟ ରେ ଆସିବେ କି ନାହିଁ  ତାହା ବି ସନ୍ଦେହ ବୋଲି କମିଟି ପ୍ରକାଶ କରିବା ସହ ପୁଣି ଆନ୍ଦୋଳନ କରିବାକୁ ସଜବାଜ ହୋଇ ଡିଏଫଓ ଅଫିସ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ରବିବାର ଦିନ ଶତାଧିକ ବନବାସୀ ବୋଡ଼େନ ଥାନା ଅଧିକାରୀ ଙ୍କୁ ଆସନ୍ତା ୧୦ ତାରିଖ ଦିନ ସମାଧାନ ପାଇଁ ବନଖଣ୍ଡ ଅଧିକାରୀ ଆସି ସମାଧାନ ନ କଲେ ଏଥିପାଇଁ  ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ୬ ଦଫା ଦାବି ନେଇ ଆନ୍ଦୋଳନ କୁ ଓହ୍ଲାଇ ଥିଲେ। ଗୋଷ୍ଠି ସମ୍ବଳ ଅଧିକାର ପ୍ରଦାନ, ଅଣ ରାଜସ୍ବ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା, ପହରିଆ ଜନଜାତିକୁ ଆଦିବାସୀର ମାନ୍ୟତା, ଅଣ ପାରମ୍ପରିକ ବନବାସୀଙ୍କୁ ପଟ୍ଟା ପ୍ରଦାନ ସମେତ ଅନେକ ଦାବୀ ନେଇ ବୋଡ଼େନ ରେଞ୍ଜ ଅଫିସ ଘେରାଉ କରିବା ସହ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ସମସ୍ୟାକୁ ନେଇ  ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ରବିବାର ପୁଣି ଥରେ ବନବାସୀଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ସମସ୍ୟାର ସମାଧାନ ହେବ କି ନାହିଁ ତାହା କୁ ନେଇ ବନବାସୀମାନେ ଦ୍ଵନ୍ଦରେ ରହିଛନ୍ତି । ଆଜିର   ଆନ୍ଦୋଳନରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ହୀରାଲାଲ ମାଝି, ମେଘନାଦ ଖର୍ସେଲ, ଯୁଧିଷ୍ଟିର ସାହୁ, ଚୈତନ୍ୟ ମାଝି, ମକରନ ମାଝି, ଉଦ୍ଧବ ମାଝି, ଖରତ ମାଝି, ରୂପଧର ମାଝି, ଟୋପଚନ ମାଝି, ସୌଦାଗର ସାହୁ, ବାସୁଦେବ ମାଝି, ଦେବନାଥ ମାଝି  ସମେତ ଅନେକ ଉପସ୍ଥିତ ରହି ବୋଡ଼େନ ଥାନା ଅଧିକାରୀ ସୁଦର୍ଶନ ନାଏକଙ୍କୁ ଭେଟି ଦାବୀ ପତ୍ର ଦେବା ସହ ଆଗାମୀ ଆନ୍ଦୋଳନ କରିବାକୁ ସୂଚନା ଦିଆଯାଉଥିବା ପ୍ରକାଶ କରିଥିଲେ। ହେଲେ ଏହାର ସମାଧାନ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି କମିଟି ପ୍ରକାଶ କରିଛି। ବାରମ୍ଵାର ଏହାର ସମାଧାନ କରାଯିବ ବୋଲି କହୁଥିଲେ ମଧ୍ୟ ଦୀର୍ଘ ବର୍ଷ ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ତେବେ ଏହାର ସମାଧାନ ହେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ। ରାଜ୍ୟର ଅନେକ ଜିଲ୍ଲାରେ ଏହି ସମସ୍ୟାର ସମାଧନ କରାଯାଇଥିବା ବେଳେ ନୂଆପଡ଼ା ଜିଲ୍ଲାରେ କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି କମିଟି ପ୍ରଶ୍ନ କରିଛି।

Leave A Reply

Your email address will not be published.

19 − 7 =