ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଜିଲ୍ଲାସ୍ତରୀୟ ବୈଠକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ପାତାଳଗଙ୍ଗା ଠାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟିର ଜିଲ୍ଲା ଆବାହକ ମେଘନାଦ ଖର୍ସେଲଙ୍କ ନେତୃତ୍ୱ ରେ ବିଭିନ୍ନ ବିଷୟ ରେ ଆଲୋଚନା କରଯାଇଥିଲା। ପାରମ୍ପରିକ ବନବାସୀମାନେ ପୁରୁଷାନୁକ୍ରମେ ଜଙ୍ଗଲ ଜମିକୁ ଦଖଲ କରି ଚାଷ ବାସ କରିବା ସହ ପରିବାର ପ୍ରତିପୋଷଣ କରୁଛନ୍ତି, ହେଲେ ପ୍ରଶାସନ ଅନେକ ଟାଳ ଟୁଲ ନୀତି ଅବଲମ୍ବନ କରି ହଇରାଣ ହରକତ କରୁଥିବା ଅଭିଯୋଗ କରି ବୈଠକରେ ବିଶେଦାଗାର କରଯାଇଥିଲା। ଏହି ବୈଠକରେ ଅଣ ଆଦିବାସୀ ମାନଙ୍କୁ ଦୀର୍ଘ ୭୫ ବର୍ଷ ର ପ୍ରମାଣ ଦାଖଲ କରିବା ପାଇଁ ଯେଉଁ  ନିୟମ କରଯାଇଛି ତାହାକୁ କୋହଳ କରାଯିବା ସହ ଗ୍ରାମସଭାର ନିଷ୍ପତ୍ତି ଅନୁସାରେ ପ୍ରଶାସନ ନିଷ୍ପତ୍ତି ନେବାକୁ ବିଶେଷ ଚର୍ଚ୍ଚା ହୋଇଥିଲା। ସେହିପରି ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ କିସମ କୁ ପୂର୍ବରୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ବର୍ତମାନ ଏହି କିସମକୁ ପ୍ରଶାସନ ସଂପୂର୍ଣ୍ଣ ଭାବରେ ମନା କରୁଥିବାରୁ ଏହାକୁ ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ପ୍ରସ୍ତାବ ରହିଛି। ସେହିପରି ନିର୍ବାଚନକୁ ଆଖି ଆଗରେ ରଖି ଯଥା ଶୀଘ୍ର ମାପ କାର୍ଯ୍ୟ ମାର୍ଚ୍ଚ ମାସ ପୂର୍ବରୁ ସମାପନ କରିବାକୁ ବିଶେଷ ଆଲୋଚନା କରାଯାଇଥିଲା। ସେହିପରି ଜଙ୍ଗଲ ଜମି କୁ ଦଖଲ କରିଥିବା ବ୍ୟକ୍ତି କିଛି ପରିମାଣ ରେ ଜମି ପଟ୍ଟା ପାଇଛନ୍ତି ହେଲେ କିଛି ଦଖଲ ଜମିର ସ୍ଵତ୍ତାଧିକାର ପାଇ ନାହାନ୍ତି ଏମାନେ ପୁଣି ଥରେ ବକେୟା ଦଖଲ ଜମି କୂ ନେଇ ଆବେଦନ କରିଛନ୍ତି। ଏମାନଙ୍କୁ ପୁଣି ଥଇଥାନ କରି ସେମାନଙ୍କ ଅଧିକାର ପ୍ରଦାନ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଜମୀ ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ଅନେକ ସମସ୍ୟା କୂ ନେଇ ଆସନ୍ତା ୧୬ ତାରିଖ ଦିନ ଖଡିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟଳୟ ଘେରାଉ କରିବା ସହ ନ୍ୟାର୍ଯ୍ୟ ଦାବୀ ପାଇଁ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ସମାବେଶ ରେ ଆନ୍ଦୋଳନ କମିଟି ର ବରିଷ୍ଠ ହିରାଲାଲ ମାଝି, କେଶରୀ ସିଂ ମାଝି, ଯୁଧିଷ୍ଠିର ସାହୁ, ତୁଳସି ମାଝି, ଶୁଭ୍ରାଂଶୁ କୁମାର ନାଏକ, ହନୁରାମ ମାଝି, ବ୍ରଜ ମାଝି, ଚୈତନ୍ୟ ମାଝି, ଉଦ୍ଧବ ମାଝି, ମକରନ୍ଦ ମାଝି, ସମେତ ଅନେକ ଉପସ୍ଥିତ ଥିଲେ।

Leave A Reply

Your email address will not be published.

1 × 1 =