ଜଳିଗଲା ବସ୍ : ଯାତ୍ରୀ ନିରାପଦ

ରାୟଗଡା: ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଳି ଯାିଛି ଯାତ୍ରୀବାହୀ ବସ । ରାୟଗଡା-କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି ଏହି ଘଟଣା । ନିଆଁ ଲାଗି ବସଟି ଜଳି ଯାଇଥିବା ବେଳେ ସୌଭାବଶତଃ ବର୍ତି ଯାଇଛନ୍ତି ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ । ନବରଙ୍ଗପୁର କୋଷାଗୁମୁଡାରୁ ବସଟି ଗଞ୍ଜାମ ଜିଲ୍ଲାର ପୋଲାସରା ଅଭିମୁଖେ ଯାଉଥିଲା । ଲକ୍ଷ୍ମୀପୁର ନିକଟରେ ବସରୁ ପୋଡାଗନ୍ଧ ବାହାରିଥିଲା ।
ଯାତ୍ରୀମାନେ ଏ ସମ୍ପର୍କରେ ଡା୍ରଇଭରଙ୍କୁ ଅବଗତ କରିଥିଲେ । କିନ୍ତୁ ଡ୍ରାଇଭର ଏଥିପ୍ରତି ଧ୍ୟାନ ଦେଇନଥିଲେ । ଫଳରେ ରାତି ୨ଟାରେ ରାୟଗଡା ନିକଟରେ ବସଟି ଜଳି ଯାଇଥିଲା । ନିଆଁ ଦେଖି ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଥିଲେ ମଧ୍ୟ ବସକୁ ଅଗ୍ନିକାଣ୍ଡରୁ ରକ୍ଷା କରିପାରିନଥିଲେ । ପୋଲିସ ଏକ ବସ ସାହାର୍ଯ୍ୟରେ ସମସ୍ତ ଯାତ୍ରୀଙ୍କୁ ବସଷ୍ଟାଣ୍ଡରେ ଛାଡିଥିଲା ।

Leave A Reply

Your email address will not be published.

two × one =