ଭୁବନେଶ୍ୱର: ଆସୁଛି ପାର୍ବଣ ଋତୁ ପୂଜାକୁ ଆଳ କରି କେହି ଚାନ୍ଦା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ପ୍ରଦାନକାରୀର ପରିଚୟ ଗୋପନ ରଖାଯିବ । ସୂଚନା ଦେବା ପାଇଁ ଆସନ୍ତାକାଲି ଡିଜି ନମ୍ବର ଜାରି କରିବେ । ଏଣୁ ଚନ୍ଦା ମାଗ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ । ଏନେଇ ସମସ୍ତ ପୂଜା କମିଟିମାନଙ୍କୁ ଜଣାଇ ଦିଆଯାଇଛି । ସୂଚନାଯୋଗ୍ୟ, ପୂଜା ଆଳରେ କେତେକ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଘର ଘର ବୁଲି ଚାନ୍ଦା ଆଦାୟ କରନ୍ତି । ନଦେଲେ ରାଗ ରଖି ହଇରାଣ କରନ୍ତି । ଏଣୁ ଭୟରେ ଲୋକମାନେ ଚାନ୍ଦା ଦେଇଥାନ୍ତି । କେହି କେହି ବାଟରେ ଗାଡ଼ି ମୋଟର ଅଟକାଇ ଚାନ୍ଦା ଆଦାୟ କରନ୍ତି । ହେଲେ ଏସବୁକୁ ବରଦାସ୍ତ ନ କରିବା ପାଇଁ କମିସନରେଟ୍ ପୋଲିସ ନିଷ୍ପତି ନେଇଛି ।