ଜିମ୍ ଓ ଯୋଗକେନ୍ଦ୍ର ଚଳଚଂଚଳ, ବ୍ୟାୟାମରେ ବାଧକ ମାସ୍କ

ଭୁବନେଶ୍ୱର: ସରକାର ଧୀରେଧୀରେ କଟକଣା କୋହଳ କରି ବନ୍ଦ ରହିଥିବା କ୍ଷେତ୍ରଗୁଡ଼ିକ ଖୋଲିବାକୁ ଅନୁମତି ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଯୋଗ କେନ୍ଦ୍ର ଓ ଜିମ୍ଗୁଡ଼ିକ ଖୋଲିଛି । ତେବେ ସରକାର ଏଥିପାଇଁ ଯେଉଁ ଏସ୍ଓପି ପାଳନ କରିବାକୁ ସର୍ତ ରଖିଛନ୍ତି ସେଥିରେ ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ଜିମ୍ ମାଲିକ ସଂଘ । ଫେସ୍ ସିଲ୍ଡ ଓ ମାସ୍କ ଲାଗାଇ ବ୍ୟାୟମ କରିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜୁଥିବାରୁ ଜିମ୍କୁ ଆସୁଥିବା ବ୍ୟକ୍ତି ବିଶେଷ ମଧ୍ୟ ଅସନ୍ତୋଷ ଜାହିର୍ କରିଛନ୍ତି । ସୂଚନାଯୋଗ୍ୟ ସମଗ୍ର ରାଜ୍ୟରେ ସଂଘ ଦ୍ୱାରା ପଞ୍ଜୀକୃତ ହୋଇଥିବା ୭୮୦ଟି ଜିମ୍ ରହିଥିବା ବେଳେ କେବଳ ଭୁବନେଶ୍ୱର ଓ କଟକ ମଧ୍ୟରେ ୧୪୦ଟି ଜିମ୍ ରହିଛି । ତେବେ ଜିମ୍ ଖୋଲିବା ପରେ ମାତ୍ର ୩୦ ପ୍ରତିଶତ ବ୍ୟାୟମ କରିବାକୁ ଆସିଥିବା ପ୍ରଥମ ଦିନରେ ଦେଖିବାକୁ ମିଳିଛି । ଏନେଇ ଓଡ଼ିଶା ଜିମ୍ ମାଲିକ ସଂଘର ସଭାପତି ସତ୍ୟଜିତ୍ ଦାଶ କହିଚନ୍ତି, ଜିମ୍ ଖୋଲିବାକୁ ସିନା ଅନୁମତି ମିଳିଗଲା କିନ୍ତୁ ଜିମ୍ଗୁଡ଼ିକ ବଂଚେିଇ ରଖିବାକୁ ସରକାର ସାମନ୍ୟତମ ଧ୍ୟାନ ଦେଲେ ନାହିଁ । ବ୍ୟବସାୟିକ ଦିଗକୁ ମାରିଦେଇ କେବେ ହେଲେ ଜିମ୍କୁ ବଂଚାଇ ରଖିବା ସମ୍ଭବ ନୁହେଁ । ପ୍ରତିଶତ ବ୍ୟକ୍ତିବିଶେଷ ଆସୁଥିବାରୁ ଏହା ବ୍ୟବସାୟିକ ଦିଗକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ । ଏହାବ୍ୟତୀତ ଯେଉଁ ଆର୍ଥିକ ବୋଝ ଜିମ୍ଗୁଡ଼ିକ ଉପରେ ରହିଛି ତାହା ଜିମ୍ଗୁଡ଼ିକ ମାରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି । ଶ୍ରୀ ଦାଶ କହିଛନ୍ତି, ସରକାରଙ୍କୁ ବାରମ୍ବାର ନିବେଦନ ପରେ ମଧ୍ୟ ଆମ ଉପରେ ଥିବା ସର୍ବନିମ୍ନ ନିର୍ଧାରିତ ବିଦୁ୍ୟତ ଦେୟ ମଧ୍ୟ ସରକାର ଛାଡ଼ କରିନାହାନ୍ତି । ତେଣୁ ଅନ୍ତତଃ ଗତ ୫ମାସର ଏବଂ ଅବସ୍ଥା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଦେୟକୁ ଛାଡ଼ କରିବାକୁ ସେ ପୁନର୍ବାର ସରକାରଙ୍କୁ ନିବେଦଦନ କରିଛନ୍ତି । ବ୍ୟାଙ୍କ ଋଣ ପରିଶୋଧ ସ୍ଥଗିତ ରଖିବାରେ ସରକାର ସହାୟତାର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ଜିମ୍ଗୁଡ଼ିକୁ ଏମ୍ଏସ୍ଏମ୍ଇରେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ସଂଘ ପକ୍ଷରୁ ଦାବି କରିଛନ୍ତି ।

Leave A Reply

Your email address will not be published.

eleven − 9 =