ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ

ବ୍ରହ୍ନପୁର: ଗଞାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧକ୍ଷତାରେ ଭିଡିଓ କନଫେରନ୍ସି ଜରିଆରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର , ବ୍ରହ୍ନପୁର , ଭଞନଗର ଉପଖଣ୍ଡର ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ ରାଜ୍ୟରେ କିଭଳି ଗୋଟିଏ ମଧ୍ୟ ପରିବାର ଭୁମିହୀନ ରହିବା ନାହିଁ ସେ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଛନ୍ତି , ଏଣୁ ତାହା ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦେଇଛନ୍ତି । ତତ୍ ସହିତ ବସୁନ୍ଧରା ଯୋଯନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କର ଆବେଦନ ପତ୍ର ଉପରେ ଅଗ୍ରାହ୍ୟର କାରଣ ଗୁଡିକ ଦର୍ଶାଇବେ ଏବଂ ରାଜସ୍ୱ ବିଭାଗର ଅଧିନରେ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ସୁବିଧା ଗୁଡିକ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ଶେଷ କରିବା ଦିଗରେ ଗୁରୁତ୍ୱ ଦେବାକୁ ଜଣାଇଥିଲେ । ମୋ ଗାଁ ମୋ ତହସିଲ କାର୍ଯ୍ୟରେ ତହସିଲ କାର୍ଯ୍ୟଳୟର ଅଧିନସ୍ତ କର୍ମଠ ଓ କ୍ରିୟାଶିଳ ହୋଇ କାର୍ଯ୍ୟ କଲେ ତହସିଲର ସୁନାମ ବଢିବ ବୋଲି ଜିଲ୍ଲାପାଳ ସୁଚନା ଦେଇଥିଲେ । ଜିଲ୍ଲାର ପର୍ଯ୍ୟଟନର ବିକାଶ ଦିଗରେ ପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନିତ କରାଗଲେ ଅବହେଳିତ ହୋଇ ରହିଥିବା ପର୍ଯ୍ୟଟନ ସ୍ଥଳର ବିକାଶ ହେବ , ଏଣୁ ଏ ଦିଗରେ ବିଳମ୍ବ ନକରିବାକୁ ସମସ୍ତ ତହସିଲଦାର ଓ ବିଡିଓ ମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ସରକାରୀ ଅନୁଷ୍ଠାନ ସକାଶେ ସରକାରି ଜମିକୁ ପ୍ରାଥମିକତା ଭିତିରେ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ପଟ୍ଟା ବଂଟନ ଦିଗରେ ଧ୍ୟାନ ଦେବା ସହ ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ପାଶ୍ୱର୍ରେ ନିର୍ମାଣ ହେଉଥିବା ଓ ଉନ୍ନତିକରଣ କାର୍ଯ୍ୟ ଗୁଡିକ ନିମନ୍ତେ ଜମିର ସ୍ଥିତି ଓ ସେଥି ସକାଶେ ବ୍ୟବହୃତ ହେଉଥିବା ଷୋୖରତ ସାମଗ୍ରୀର ତଥ୍ୟ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

1 × five =