ଜିଲ୍ଲାରେ ସକ୍ରୀୟ ସଂକ୍ରମିତ ସଂଖ୍ୟା ୨୨୮୧

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା ।କ୍ରମାଗତ ଭାବେ ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ କମୁନି । ଗତକାଲି ଜିଲ୍ଲାରେ ୨୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨୦୬ଜଣ ଚିହ୍ନଟ ହୋଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୮୧ରେ ପହଞ୍ଝିଛି ।ବିଶେଷ କରି ସୀମାନ୍ତ ଉମରକୋଟ ମ୍ୟୁନସିପାଲିଟି,ବ୍ଲକ ,ଚନ୍ଦାହାଣ୍ଡି,ରାଇଘର ଓ ଝରିଗାଁ ବ୍ଲକରେ ସଂକ୍ରମଣ ଥମିବାର ନାଁ ନେଉନି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଜିଲ୍ଲାର ୨୦୬ ଜଣ ଚିହ୍ନଟଙ୍କ ମଧ୍ୟରୁ ଉମରକୋଟ ମ୍ୟୂନିସପାଲିଟି ଅଞ୍ଝଳରୁ ୨୬ଜଣ,ଉମରକୋଟ ବ୍ଲକ ଅଞ୍ଝଳରୁ ୪୨ଜଣ, ନବରଙ୍ଗପୁର ମ୍ୟୂନିସପାଲିଟି ଅଞ୍ଝଳ ରୁ ୧୦ଜଣ,ନବରଙ୍ଗପୁର ବ୍ଲକ ଅଞ୍ଝଳରୁ ୧ଜଣ ,ଝରିଗାଁ ବ୍ଲକ ଅଞ୍ଝଳରୁ ୪୫ଜଣ,ରାଇଘର ବ୍ଲକ ଅଞ୍ଝଳରୁ ୪୧ଜଣ,ଚନ୍ଦାହାଣ୍ଡି ବ୍ଲକ ଅଞ୍ଝଳରୁ ୦୮ଜଣ ,ଡାବୁଗାଁ ବ୍ଲକ ଅଞ୍ଝଳରୁ ୪ଜଣ,ପାପଡାହାଣ୍ଡି ବ୍ଲକ ଅଞ୍ଝଳରୁ ୧୩ଜଣ,କୋଷାଗୁମୁଡା ବ୍ଲକ ଅଞ୍ଝଳରୁ ୫ଜଣ,ନନ୍ଦାହାଣ୍ଡି ବ୍ଲକ ଅଞ୍ଝଳରୁ ୫ଜଣ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଝଳରୁ ୬ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜିର ଚିହ୍ନଟକୁ ମିଶାଇ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨୮୧ରେ ପହଞ୍ଝିଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧୯୧ ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ଅନ୍ୟ ୯୦ ଜଣ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ୨୩୬୬୯୮ ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିବା ସୂଚନା ମିଳିଛି ।ଜିଲ୍ଲାରେ ଯେଉଁ ଅଞ୍ଝଳରେ ସଂକ୍ରମିତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ସେହି ସବୁ ଅଞ୍ଝଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରି କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ନବରଙ୍ଗପୁର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଶହ ଶର୍ଯ୍ୟାର ବ୍ୟସସ୍ଥା କରାଯାଇଥିବା ବେଳେ ୫୦ଟି ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲାରେ ଅକ୍ସିଜେନ ସିଲିଣ୍ଡର ର ଅଭାବ ନ ରହିବ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ନବରଙ୍ଗପୁର ସ୍ଥିତ ଅନ୍ୱେଷା ଛାତ୍ରାବାସରେ ୨ଶହ ଶର୍ଯ୍ୟା ବିଶିଷ୍ଟ,ଚନ୍ଦାହାଣ୍ଡି ଓ ରାଇଘରରେ ଶହେ ଶର୍ଯ୍ୟା ଓ ଝରିଗାଁରେ ୬୦ଶର୍ଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର କେନ୍ଦ୍ର ଖୋଲିବା ସହ ଅକ୍ସିଜେନର ବ୍ୟବସ୍ଥା କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି ।ଉମରକୋଟସ୍ଥିତ କଳିଙ୍ଗ ମଡେଲ ଆବାସିକ ବିଦ୍ୟାଳୟରେ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା ସହିତ କୋଭିଡ୍ କେୟାର କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି । ଏହା ଖୋଲାଯିବା ଫଳରେ ପଜେଟିଭ ସଂକ୍ରମିତ ନବରଙ୍ଗପୁର କୋଭିଡ କେୟାର ସେଂଟର କୁ ନ ଯାଇ ଏଠାରେ ଚିକିତ୍ସିତ ହୋଇପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ କଟକଣାକୁ ମାନିବାକୁ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଛି ।ନିୟମିତ ମାସ୍କ ପିନ୍ଧିବା,ସାମାଜିକ ଦୂରତା ଓ ହାତ ଧୋଇବା ଭଳି ଅଭ୍ୟାସ ବଜାୟ ରଖନ୍ତୁ । ନିୟମର କଡା ଅନୁପାଳନ କରନ୍ତୁ ଓ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କୁହାଯାଉଛି ।

Leave A Reply

Your email address will not be published.

11 + eight =