- ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଧମାଲରେ ଝୁମିଲେ ଛାତ୍ରଛାତ୍ରୀ।
- ଯୋଗ ଦେଲେ ଜିଲ୍ଲାର ଦଶ ହଜାର ଛାତ୍ରଛାତ୍ରୀ
ନବରଙ୍ଗପୁର: ନବରଙ୍ଗପୁର ମଣ୍ଡେଇ ପଡିଆ ଠାରେ ଜିଲ୍ଲାସ୍ତରୀୟ ନୂଆଁ ଓ,ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୦ଟି ବ୍ଲକର ସମସ୍ତ କଲେଜରୁ ପ୍ରାୟ ଦଶ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ନବୀନ ଓଡିଶାର ଚିନ୍ତାଧାରାକୁ ନେଇ ଆଗେଇ ଯିବାର ସ୍ବପ୍ନକୁ ପୁରଣ କରିବାକୁ କିଛିଦିନ ହେଲା ପ୍ରତୈକ ଉଚ୍ଚଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାସ୍ତରୀୟ ନୂଆଁ ଓ,ନବୀନ ଓଡିଶା କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ଏବଂ ସ୍କୁଲ ଓ ଗଣ ଯୋଗାଯୋଗ ମନ୍ତ୍ରୀ ସୁଦାମ ମାରାଣ୍ଡି,ସାଂସଦ ରମେଶ ଚନ୍ଦ୍ର ମାଝୀ,ବିଧାୟକ ସଦାଶିବ ପ୍ରଧାନୀ,ମନହୋର ରନ୍ଧାରୀ,ପ୍ରକାଶ ଚନ୍ଦ୍ର ମାଝୀ,ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ପ୍ରଦୀପ ମାଝୀ,ଉପାଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଓ ଜିଲ୍ଲାପାଳ ଡ କମଳଲୋଚନ ମିଶ୍ର ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ମାରାଣ୍ଡୀ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ମଣିଷ ପରି ମଣିଷଟିଏ ହେବାକୁ ପରାମର୍ଶ ଦେଇଛନ୍ତି। ଭର୍ଚୁଆଲ ଯୋଗେ ଭିକେ ପାଣ୍ଡିୟାନ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପାଠପଢା ନୂଆଁ ଓ,ନବୀନ ଓଡିଶା କାର୍ଯ୍ୟକ୍ରମ ଜରୀଆରେ ପ୍ରତୈକ ବର୍ଷ କରିବାକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆଶାକରିଥିବା ସୂଚନା ସିଧାସଳଖ ବାର୍ତ୍ତା ଶୁଣାଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜ ମାନଙ୍କରେ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନ ଭରି ଦେଇଥିଲା। ଅନ୍ତର୍ଜାତିୟ ସ୍ତରରେ ଖ୍ୟାତିଲାଭ କରିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଧମାଲରେ ଛାତ୍ରଛାତ୍ରୀ ଝୁମିଥିଲେ। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ନିମନ୍ତେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ପ୍ରତ୍ୟକ୍ଷ ଭାବେ ସୂଚାରୁ ରୂପେ ତଦାରଖ କରିଥିଲେ।