ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ବହୁ ବିଳମ୍ବରେ ସ୍ଵାବ ସଂଗ୍ରହ

ବିଂଝାରପୁର : ବିଂଝାରପୁର ବ୍ଲକରେ କରୋନା ସଂଦିଗ୍ଧଙ୍କ ସ୍ଵାବ ସଂଗ୍ରହକୁ ନେଇ ବିବାଦ ଦେଖାଯାଇଛି । ବ୍ଲକର ଜରୀ, ବାଙ୍ଗରା, ସିଂହପୁର, ଓଳେଇଚନ୍ଦନପୁର, ହଳଦିଡିହ, ଟିଣା, ବାଚ୍ଛୋଳ ଆଦି ପଞ୍ଚାୟତକୁ ବିଭିନ୍ନ ରାଜ୍ୟରୁ ଆସିଥିବା ସଂଦିଗ୍ଧ ମାନଙ୍କର ସ୍ଵାବ ସଂଗ୍ରହ ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିଲା । ନୋଟିସ୍ ଅନୁଯାଇ ସଂପୃକ୍ତ ପଞ୍ଚାୟତ ମାନଙ୍କରୁ ସଂଦିଗ୍ଧମାନେ ଆଜି ଅପରାହ୍ଣ ୩ଟାରୁ ବାଚ୍ଛୋଳ ହାଇସ୍କୁଲରେ ପହଞ୍ଚିଥିଲେ । ସଂଧ୍ୟା ୭ଟା ପର୍ଯ୍ୟନ୍ତ ସଂଦିଗ୍ଧମାନେ ସ୍ଵାବ୍ ଦେବାପାଇଁ ଅପେକ୍ଷାକରି ବସିଥିଲେ ମଧ୍ୟ ଜିଲ୍ଲା ସ୍ଵାସ୍ଥ୍ୟ କର୍ମଚାରୀଙ୍କର ଦେଖା ନଥିଲା । ପରେ ଜିଲ୍ଲା ସ୍ଵାସ୍ଥ୍ୟ କର୍ମଚାରୀ ପହଞ୍ଚିଥିଲେ । କିନ୍ତୁ ସ୍ଵାବ୍ ସଂଗ୍ରହ କରିବାକୁ ମନା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ କୁମାର ପଣ୍ଡା ଓ ବ୍ଲକ ପ୍ରୋଗ୍ରାମ ମେନେଜର ବିନୋଦବିହାରୀ ସାହୁ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସିଡିଏମଓଙ୍କ ସହିତ ଆଲୋଚନା କରିବା ପରେ ବହୁ ବିଳମ୍ଵରେ ରାତି ୮ଟା ପରେ ବାଚ୍ଛୋଳ ହାଇସ୍କୁଲରେ ୧୮ଜଣ ବିଦେଶ ଫେରନ୍ତାଙ୍କର ସ୍ଵାବ୍ ସଂଗ୍ରହ ହୋଇଥିଲା ।

Leave A Reply

Your email address will not be published.

10 − one =