ଜିଲ୍ଳାପାଳଙ୍କ ଆଦେଶ ମାନୁନାହାନ୍ତି ବୃହତ ଶିଳ୍ପ ସଂସ୍ଥା

ବଅଁରପାଳ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ସହ ବିଶ୍ୱର ପ୍ରାୟ୨୦୦ରୁ ଉଦ୍ଧ୍ୱର୍ ଦେଶ ଏହି ମହାମାରୀ କରୋନା ବିରୋଧରେ ଲଢାଇ ଜାରି ରଖିଛନ୍ତି ।ଭାରତ ବର୍ଷ ମଧ୍ୟ କରୋନ ମହାମାରୀ ବିରୋଧରେ ଲଢାଇ ଜାରି ରଖି ରାଜ୍ୟମାନଙ୍କୁ କରୋନା ବିରୋଧରେ ଲଢିବା ଓ ମହାମାରୀରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ମାର୍ଭ ଦର୍ଶୀକା ଜାରୀ କରୁଛନ୍ତି । ବିଗତ କିଛି ଦିନ ତଳେ ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ହାର ବଢିଜିବାରୁ ଜିଲ୍ଲାପାଳ ଅନୁଗୋଳର ବିଭିନ୍ନ ଶିଳ୍ପ ସଂସ୍ଥାକୁ କରୋନା ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ନିର୍ଦେଶନାମା ପାଳନ କରି ସ୍ଥାନୀୟ ଅଞ୍ଚଳକୁ ସଂକ୍ରମଣରୁ ରକ୍ଷାକରିବା ପାଇଁ ପତ୍ର ମାଧ୍ୟମରେ ଜଣାଇଥିଲେ । କିନ୍ତୁ ସେହି ଆଦେଶ ଶିଳ୍ପ ସଂସ୍ଥାମାନେ ପାଳନ କରୁନଥିବା ଭଳି ମନେ ହେଉଛି । ବର୍ତମାନ ଅନୁଗୋଳ ଜିଲ୍ଳାରେ ଥିବା ଶିଳ୍ପ ସଂସ୍ଥାଗୁଡିକରୁ ଅନେକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ଜନ ସାଧାରଣଙ୍କ ହିତ ଓ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ଶଟଡାଉନ ଘୋଷଣା କରିଛନ୍ତି । କିନ୍ତୁୁ ଦିନକୁ ଦିନ ସେହି ବୃହତ ସଂସ୍ଥାଗୁଡିକରୁ ଅନେକ ନୁଆ ଆକା୍ରନ୍ତ ଚିହ୍ନଟ ହେଇଛନ୍ତି, ସେହି ଆକ୍ରାନ୍ତମାନେ ଅନ୍ୟ ଠିକା କର୍ମଚାରୀଙ୍କ ସଂସ୍ପର୍ଷରେ ଆସିନଥିବେ ବୋଲି କହିବେନାହିଁ । ବୃହତ ଶିଳ୍ପ ସଂସ୍ଥାମାନେ ଜିଲ୍ଲାପାଳଙ୍କ ଆଦୋକୁ ଅବମାନନା କରି କାରଖାନା ଭିତରେ ଶ୍ରମିକ ଓ କର୍ମଚାରୀମାନଙ୍କ ଖାଇବା ରହିବା ଓ ପ୍ରତ୍ୟେକ ଦିନ ଥର୍ମାଲ ସ୍କ୍ରିନିଂ, ବିମା ଇତ୍ୟାଦି ବ୍ୟବସ୍ଥା କରିନଥିବା ଅଭିଯୋଗ ରହିଛି । ବୃହତ ଶିଳ୍ପ ସଂସ୍ଥାଗୁଡିକରୁ ଶ୍ରମିକମାନଙଙ୍କ ଯିବା ଆସିବା କରିବା ଦ୍ୱାରା ସ୍ଥନୀୟ ସଂକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଦେଇଛି । ଶିଳ୍ପ ସଂସ୍ଥାଗୁଡିକ ନିଜସ୍ୱ ଅଞ୍ଚଳକୁ ସାନିଟାଇଜ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଏପରିକି ସରକାରଙ୍କ ଗାଇଡଲାଇନ ଉଲଂଘନ କରି ନିର୍ଦ୍ଧାରତଠାରୁ ଅଧିକ ପ୍ରତିଶତ ଶ୍ରମିକ ନେଇ କାର୍ଯ୍ୟ କରାଯାଉଛି । ଏହାକୁ ବିରୋଧକଲେ କାର୍ଯ୍ୟରୁ ବାହାର କରିଦେବାକୁ ଧମକ ଦିଆଯାଉଛି । ଜିଲ୍ଲାପାଳ ଆଇନ ଉଲଂଘନ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

two × 2 =