ଜୁରୁଡ଼ି ରେଳ ଷ୍ଟେସନର ପୁନର୍ବିକ।ଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦି

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକରେ ଥିବା ବ୍ୟସ୍ତ ବହୁଳ ଜୁରୁଡି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନା ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ୧୨.୪୫ମିନିଟ ସମୟରେ ଭିଡିଓ କନ୍ଫରେନ୍ସିଂ ମ।ଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଭାରତର ରେଳ  ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ,ରେଳ ରାଜ୍ୟ ମନ୍ତ୍ରୀ ଦର୍ଶନ।ବିକ୍ରମ ଜରଦୋଶ,ଖଣି ଓ କୋଇଲା ମନ୍ତ୍ରୀ ରାଓସାହେବ୍ ପାଟିଲ ଦନଭେ,ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟପାଳ ରଘୁବର ଦାସ, ଭିସି ଜରିଆରେ ଉପସ୍ଥିତ ଥିଲେ । ଜୁରୁଡି ଷ୍ଟେସନ ଠାରେ ଆୟୋଜିତ ସଭାରେ ନିମନ୍ତ୍ରିତ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,ପୂର୍ବତନ ସାଂସଦ ଅନନ୍ତ ନାଏକ,ଯୋଡା ପୌର।ଧ୍ୟକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ,ପୌର ଉପାଧ୍ୟକ୍ଷ। ସନ୍ଧ୍ୟା ପାତ୍ର,ଜୁ ସରପଂଚ ସୁଭକ।ନ୍ତି ସଏ, ଚକ୍ରଧରପୁରର ଆସିଷ୍ଟାଣ୍ଟ ଡ଼ିଭିଜନ।ଲ ରେଲୱେ  ମ୍ୟାନେଜର ରଣ ବିଜୟ କୁମାର ,ଡ଼ିଭିଜନ।ଲ ପର୍ସନ।ଲ ଅଫିସର ଅମରେନ୍ଦ୍ର ନାଥ ମିଶ୍ର, ରେଲୱେ ଟ୍ରାଫିକ ଇନ୍ସପେକ୍ଟର ସଂଜିତ କୁମାର ସିଂ, ଜୁରୁଡି ଷ୍ଟେସନ ମ୍ୟାନେଜର ଶଶିକାନ୍ତ ଯୋଜ ଙ୍କ ସମେତ ରେଳ ବାଇର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।ବିଧାୟିକା ମହାନ୍ତ ଅଧିକ  ଯାତ୍ରୀବାହୀ ରେଳ ଗାଡ଼ି ଖଣି ଅଞ୍ଚଳ ଦେଇ ଯା ଆସ କରିବା ଦାବି ସହିତ ଯୋଡା ,ବଂ।ଶପାଣି ରେଳ ଲାଇନ ନିର୍ମାଣ ପାଇଁ ରେଳ ବିଭାଗକୁ ଦାବି ଜଣାଇଥିଲେ । ସେହିପରି ପୂର୍ବତନ କେନ୍ଦୁଝର ସାଂସଦ ଅନନ୍ତ ନାଏକ ରେଳବାଇର ବିକାଶ ଖଣି ଅଞ୍ଚଳରେ ବହୁ ଜରୁରୀ ବୋଲି କହିବା ସହିତ ରାଜ୍ୟ ସରକାର ଅଧିକରୁ ଅଧିକ ଜମି ଯୋଗାଇ ଦେଲେ ରେଳବାଇର ବିକାଶ ହେବ ବୋଲି କହିଥିଲେ । ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫କୋଟି ବ୍ୟୟ ବରାଦରେ ଜୁରୁଡି ରେଳ ଷ୍ଟେସନ ବିକାଶ ଅତ୍ୟାଧୁନିକ ସୁବିଧା ସୁଯୋଗ ଯାତ୍ରୀ ମାନଙ୍କ ପାଇଁ କରାଯିବ ବୋଲି ଏଡିଆରଏମ ରଣ ବିଜୟ କୁମାର କହିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

two × 3 =