ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ


ପୁରୀ,: ସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଏହି ଅବଧିକୁ ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ଓ କର୍ମଚାରୀ କୋଭିଡ୍ ଗାଇଡ଼୍ ଲାଇନ ମାନି କାର୍ଯ୍ୟ ସମାପନ କରିବେ । ଏଥିପାଇଁ ନୂତନ ଏସଓପି ଜାରୀ କରାଯାଇଛି । ସ୍ନାନ ପୂର୍ଣ୍ଣମୀ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଂଟ ଖୁବ୍ ଶୀଘ୍ର ଚୂଡ଼ାନ୍ତ ହେବ । ଆସନ୍ତା ୨୪ ତାରିଖରେ ସ୍ନାନ ପୂର୍ଣ୍ଣମୀ, ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ ୨୦ ରେ ବାହୁଡ଼ା ଯାତ୍ରା, ୨୧ ରେ ସୁନାବେଶ, ୨୩ ରେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟ ଚୂଡ଼ାନ୍ତ ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ସମସ୍ତେ ସହଯୋଗ କରିବାକୁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଦିନ ଯଦି ପ୍ରବଳ ଖରା ହୁଏ, ତେବେ ବଡ଼ଦାଣ୍ଡରେ ଜଳ ସିଂଚନ କରିବା ପାଇଁ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା ହୋଇଛି ।

Leave A Reply

Your email address will not be published.

3 × 4 =