ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ନିଷ୍ପତ୍ତି ନେବା ସହ ଜୁୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଏସଇ ଏବଂ ଆଇସିଏସଇ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବେ ବୋଲି ପୂର୍ବରୁ କହି ସାରିଛନ୍ତି । ତେଣୁ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡ ମଧ୍ୟ ଏହି ତାରିଖ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବା ପାଇଁ ଜଷ୍ଟିସ, ଏଏମ ଖାନିୱିଲକର ଏବଂ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସିବିଏସଇ ଏବଂ ଆଇସିଏସଇ କୋଭିଡ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ । ଏହାପରେ ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ୟୁପି, ହରିଆଣା, ମହାରାଷ୍ଟ୍ର, ଗୁଜରାଟ ଆଦି ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି । ହେଲେ ଆନ୍ଧ୍ର ପ୍ରଦେଶ ସରକାର ଏଯାଏ କିଛି ନିଷ୍ପତ୍ତି ନେଇ ନାହାନ୍ତି । ଜୁଲାଇ ୧୨ ସୁଦ୍ଧା ପରୀକ୍ଷା କରାଇବେ ବୋଲି କୋର୍ଟରେ କହିଛନ୍ତି । ତାଙ୍କ ପାଖରେ ମୂଲ୍ୟାଙ୍କନ କରିବା ପାଇଁ କୌଣସି ସୂତ୍ର ନଥିବାରୁ ପରୀକ୍ଷା ଉପରେ ଆନ୍ଧ୍ର ବୋର୍ଡ ଗୁରୁତ୍ୱ ଦେଇଛି ।

Leave A Reply

Your email address will not be published.

nineteen + 8 =