ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବାକୁ ଯୁବ କଂଗ୍ରେସର ଦାବୀ


ଭୁବନେଶ୍ୱର: ଅଖିଳ ଭାରତୀୟ ଯୁବ କଂଗ୍ରେସ ଓ ପ୍ରଦେଶ ଯୁବ କଂଗ୍ରେସର ଆହ୍ୱାନକ୍ରମେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାମାଜିକ ଦୂରତା ରକ୍ଷାକରି ଜେଇଇ ଓ ନିଟ୍ ପରୀକ୍ଷା ଘୁଂଚାଇବା ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସରକାର ପକ୍ଷରୁ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜନ କରିବା ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ପରିସ୍ଥିତିରେ ସରକାରଙ୍କ ସାମନାରେ ପରୀକ୍ଷା ଆଗ ନା ଛାତ୍ରଛାତ୍ରୀ ମାନଙ୍କ ଜୀବନ ଆଗ ଯୁବ କଂଗ୍ରେସ ପ୍ରଶ୍ନ କରିଛି । ଯଦି ପରୀକ୍ଷା ହୁଏ ତାହାଦ୍ୱାରା ଲକ୍ଷଲକ୍ଷ ଛାତ୍ରଛାତ୍ରୀମାନଙ୍କର କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି, ଘରଭିତରେ ଥାଇ ଲୋକ ସଂକ୍ରମିତ ହେଉଥିବା ସ୍ଥଳେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରିତ ସମ୍ଭବପର ହୋଇପାରିବ କି ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି । ଏବେ ପରିବହନ ସେବା ସଂପୂର୍ଣ୍ଣ ଠପ ଥିବାବେଳେ ବିଭିନ୍ନ ସହରରେ ରହିବା ପାଇଁ ସୁବିଧା ନଥିବା ପରିସ୍ଥିତିରେ କିଭଳି ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ ଆସିପାରିବା ଆଶ୍ଚର୍ଯ୍ୟଜନକ ବୋଲି ଯୁବ କଂଗ୍ରେସ ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି । ସରକାର କରୋନାର ଭୟାବହତାକୁ ଉପଲବ୍ଧୀ କରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିବା ବେଳେ କିଭଳି ଏପରି ସାଙ୍ଘାତିକ ନିଷ୍ପତିନେବା ସରକାରଙ୍କ ପାଇଁ ବୁମେରାଂ ହେବବୋଲି ଯୁବ କଂଗ୍ରେସ କହିଛି । ଏହି ପରିସ୍ଥିତିରେ ଯଦି ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯଦି ସଂକ୍ରମିତ ହେବେ ତେବେ ଦାୟି କିଏ ରହିବ ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ତେଣୁ କରୋନା ପରିସ୍ଥିତି ସ୍ୱଭାବିକ ଅବସ୍ଥା ନ ଆସିବା ପର୍ଯ୍ୟନ୍ତ ପରୀକ୍ଷା ଘୁଂଚାଇବା ପାଇଁ ଯୁବ କଂଗ୍ରେସ ଦାବି କରିଛି ।

Leave A Reply

Your email address will not be published.

4 × 5 =