ଜେଲ ଗଲେ ବିଜୁ ଯୁବ ବାହିନୀ ସଭାପତିିିିିି

ବିଂଝାରପୁର, ୧୮.୬ (ନି.ପ୍ର.): ବିଂଝାରପୁର ଥାନା ଅନ୍ତର୍ଗତ ଜରୀ ଫାଣ୍ଡି ଥାନା ଅଧିକାରୀଙ୍କୁ ଜରୀ ପଞ୍ଚାୟତର ବିଜୁ ଯୁବ ବାହିନୀ ସଭାପତି ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣା ପଡିଛି । ଅଭିଯୋଗ ଅନୁଯାଇ ଶନିବାର ବୂର୍ବାହ୍ନରେ ଜରୀ ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ନିଳମଣି ମଲ୍ଲିକ ଜରୀ ଫାଣ୍ଡିକୁ ଆସି କାର୍ଯ୍ୟରତ ଏଏସଆଇ ଅଶୋକ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲା । ପରେ ଅଭିଯୁକ୍ତ ଶ୍ରୀ ମଲ୍ଲିଙ୍କୁ ବିଂଝାରପୁର ପୋଲିସ ଉଠାଇ ଆଣି ଅଟକ ରଖି ପଚରାଉଚୁରା କରିଥିଲା । ଆଜି ଆଇଆଇସି ଶିବ ଚରଣ ବେହେରା ୧୫୯/୨୦ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନିଳମଣିଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.

3 + eight =