ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ 108 କାମ କୁମାର ନନ୍ଦୀ ଜୀ ଙ୍କ ନିର୍ମମ ହତ୍ୟା

ନବରଙ୍ଗପୁର : କର୍ଣାଟକ ର ବେଲଗାବି ର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ 04 ତାରିଖ ରେ ଜୈନ ମୁନୀ  ଆଚାର୍ଯ୍ୟ ଶ୍ରୀ 108 କାମ କୁମାର ନନ୍ଦୀ ଜୀ ଙ୍କ ନିର୍ମମ ହତ୍ୟା ଘଟଣା ର ପ୍ରତିବାଦ ରେ ନବରଙ୍ଗପୁର ଠାରେ  ଜୈନ ସମାଜ ପକ୍ଷ ରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଟି ସ୍ଥାନୀୟ ରାମ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ  ଦାବି ପତ୍ର ପ୍ରଦାନ କରାଯାଇଥିଲା । ଜଣେ ଜୈନ ଧର୍ମ ଗୁରୁଙ୍କୁ ନିର୍ମମ ଭାବରେ ହତ୍ୟା କରି ଅଭିଯୁକ୍ତ ମାନେ ଦେଶ କୁ କଣ ସୂଚନା ଦେବାକୁ ଚାହୁଁଛନ୍ତି । ଏହି ଜୈନ ଗୁରୁଙ୍କୁ ଅପହରଣ କରି ଅମାନସିକ ଭାବରେ ହତ୍ୟା କରାଯାଇଥିଲା  । ଏହାର ପ୍ରତିବାଦ କରି ନବରଙ୍ଗପୁର ସହର ରେ  ଜୈନ ସମାଜ ତରଫରୁ  ଏକ ନୀରବ ଶୋଭାଯାତ୍ରା କରାଯାଇଥିଲା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା କୁ ନିନ୍ଦା କରି ଏହି ଶୋଭାଯାତ୍ରା ର ଅୟୋଜନ କରାଯାଇଥିଲା ।  ଏହି  ଘଟଣା ପର ଠାରୁ ଜୈନ ସମାଜ ପକ୍ଷରୁ ସମଗ୍ର ଦେଶରେ ଜୈନ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦାବି ପତ୍ର ଟି ଜିଲ୍ଲାପାଳ ଙ୍କ ଦ୍ବାରା କେନ୍ଦ୍ର ସରକାର ,  ରାଜ୍ୟ ସରକାର ଓ ରାଜ୍ୟପାଳ ଙ୍କ ପାଖକୁ ପଠାଇବା ପାଇଁ ସମାଜ ପକ୍ଷରୁ ଏହି ଦାବି ପତ୍ର ଟି ପ୍ରଦାନ କରାଯାଇଥିଲା। ଏହିଭଳି ଘଟଣା ଆଗକୁ ଯେପରି ହେବ ନାହିଁ ଏଥି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବା ଓ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି ପତ୍ର ରେ ଅନୁରୋଧ କରାଯାଇଛି । ଏହି ଶୋଭାଯାତ୍ରା  ରେ ନବରଙ୍ଗପୁର ର 1008 ଶ୍ରୀ ଆଦିନଥ ଦିଗମ୍ବର ଜୈନ ମନ୍ଦିର ର   ଅଧ୍ୟକ୍ଷ ନରେଶ ଜୈନ , ମହାମନ୍ତ୍ରି ଦିନେଶ ଜୈନ  , କୋଷାଧ୍ୟକ୍ଷ ହରେନ୍ଦ୍ର କୁମାର ଜୈନ , ଜୈନ ଶ୍ୱେତାମ୍ବର୍ ତେରପନ୍ଥ ସଭା ଅଧ୍ୟକ୍ଷ  ବବୁଲୁ ଜୈନ ,  ମନ୍ତ୍ରୀ ବିକ୍ରମ ଜୈନ , ଏବଂ ଦୀପକ ଜୈନ , ଦିଲୀପ ଜୈନଙ୍କ ସାଥିରେ ସମାଜର ବହୁ ପୁରୁଷ ଓ ମହିଳା ଯୋଗୋଦନ କରିଥିଲେ ।

Leave A Reply

Your email address will not be published.

14 + eleven =