ଭୁବନେଶ୍ୱର,୧୦ ।୦୬(ନି.ପ୍ର.): ପୃଥିବୀ ପୃଷ୍ଠରେ ଥିବା ଜୈବ ବିବିଧତା ରହିଲେ ମାନବ ସମାଜ ସମେତ ଅନ୍ୟାନ୍ୟ ଜୀବଜନ୍ତୁ ତିଷ୍ଠି ରହିବେ । ତେଣୁ ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି ପରିବେଶବିତ୍, ବୈଜ୍ଞାନିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଂଟର (ପିକକ) ଓ ଆଡପସନ୍ ସେଂଟ୍ରମ ପକ୍ଷରୁ ଜୈବ ବିବିଧତା ଉପରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ସମ୍ମେଳନରେ ଏଭଳି ମତପ୍ରକାଶ ପାଇଛି ।
ଭିଡିଓ କନ୍ଫରେନ୍ସି ଜରିଆରେ ପିକକ ଓ ଆଡପସନ ସେଣ୍ଟ୍ରମ କର୍ତୃପକ୍ଷ ସିଧାସଳଖ ଯୁବଗୋଷ୍ଠିଙ୍କ ସହିତ ଆଲୋଚନା କରିଥିଲେ । ପିକକର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ସ୍ୱଗତ ଭାଷଣ ଦେଇ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ କରୋନା କଟକଣା ପରିପ୍ରେକ୍ଷୀରେ ଏହି ସମ୍ମେଳନ ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ସୂଚନା ଦେଇଥିଲେ । ଏହି ଅବସରରେ ଶ୍ରୀମତୀ ମହାନ୍ତି ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ଯୁବଗୋଷ୍ଠି ର ଭୂମିକା ଉପରେ ଆଲୋକପାତ କରିଥିଲେ । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ ବର୍ତମାନ ଆମ ଚାରିପାଖରେ ଥିବା ଜୈବ ବିବିଧତା ପ୍ରଭାବିତ । ଜଙ୍ଗଲ ଓ ଗଛଲତା ନଷ୍ଟ ସହିତ କୀଟ ପତଙ୍ଗ ମଧ୍ୟ ଉଭେଇ ଯାଉଛନ୍ତି । ରସାୟନିକ ସାର ଓ କୀଟନାଶକର ପ୍ରୟୋଗ ଯୋଗୁଁ ମାଟିକୁ ଉର୍ବର କରୁଥିବା ବହୁ ଉପକାରୀ ଜିଆ ନଷ୍ଟ ହେଉଛନ୍ତି । ରାଜଧାନୀର ସବୁଜ ଜଙ୍ଗଲ ଆଜି କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ପରିବେଶ ପ୍ରଦୂଷଣ ଯୋଗୁଁ ଅନେକ ପ୍ରକାର ଜୈବ ବିବିଧତା ନଷ୍ଟ ହେବାରେ ଲାଗିଛି । ବହୁ ପଶୁ ପକ୍ଷୀ ଆଉ ଦେଖା ଯାଉନାହାନ୍ତି । ତେଣୁ ପ୍ରକୃତକୁ ସୁରକ୍ଷା କରିବା ଏବେ ଆମ ସମସ୍ତଙ୍କର ଦାୟିତ୍ୱ । ଆମେ ସମସ୍ତ ମିଳିମିଶି ଜୈବ ବିବିଧତା ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିବା ପାଇଁ ଶ୍ରୀ ମହାନ୍ତି ଯୁବ ଗୋଷ୍ଠିଙ୍କୁ ଆହ୍ୱାତିଷ୍ଠିବନ ଦେଇଥିଲେ ।