ଜୋରସୋରରେ ଚାଲିଛି ତିନିରଥର ନିର୍ମାଣ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ହାତଗଣତି ପରି ଆଉ ମାତ୍ର ରହିଲା ୧୪ ଦିନ । ରଥଯାତ୍ରା ଯେତିକି ପାଖେଇ ଆସୁଛି ତିନିରଥ ନିର୍ମାଣ କାର୍ଯ୍ୟ ସେତିକି ଅଗ୍ରଗତିରେ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ତିନିରଥରେ ଖପୁରୀ ଓ ପାରାଭାଡିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡିବା କାର୍ଯ୍ୟ ଆରମ୍ଭ ହୋଇଛି । ସେଥିମଧ୍ୟରୁ ତିନିରଥରେ ବଡଧାରା ପୋଟଳ ପଡିଅଛି । ତିନିରଥର ଦୁଇଟି ଲେଖାଏଁ କଳସ ପେଣ୍ଡି ନିର୍ମାଣ ସହ ସେଥିରେ ୧୬ଟି ଲେଖାଏଁ ୩୨ଟି ବିନ୍ଧ ଖୋଦେଇ ସରିଅଛି । ଆଜି ୩୨ଟି ଲେଖାଏଁ ପାଖୁଡା ନିର୍ମାଣ ସରି କଳସ ପେଣ୍ଡିରେ ଫିଟିଂ କରାଯାଇଅଛି । ସେଥିରେ ଆଲୁମିନିୟମ ଚଦର ପଡି ରଙ୍ଗକାର୍ଯ୍ୟ ହେବ । ତିନିରଥର ୧୨ଟି ଲେଖାଏଁ କଣି ଫାଉଡା ନିର୍ମାଣ ଶେଷ ହୋଇଛି । ରଥରେ କନା ପଡିଲା ବେଳେ ରଥର ଗୋଲାକାର ସେଫ ଆସିବା ସହ ରଥକନା ଚିରିନଥାଏ । ତିନିରଥର ୫ଟି ଲେଖାଏଁ ସାରିକ ନିର୍ମାଣ ଶେଷ ହୋଇଛି । ଏହି ସାରିକ ଉପରେ ଶ୍ରୀବିଗ୍ରହମାନଙ୍କ ପ୍ରଭା ଫିଟିଂ ହୋଇଥାଏ । ତିନିରଥର ବେଦୀ ଚତୁଃପାଶ୍ୱର୍ର ସମ୍ମୁଖ ଭାଗକୁ ଛାଡି ତାଗ ବା ବଟନ ପଡିଥିଲା । ସେଥିରେ ରଥର ପଛଭାଗ ଏବଂ ଦକ୍ଷିଣପାଶ୍ୱର୍ରେ ପଟା ପଡିଅଛି । ଏଥିସହ ଆଜି ତିନିରଥର ପ୍ରଥମ ଭୂଇଁ କଇଁଚିରେ୮/୨ ସାଇଜର ୧୬ଫୁଟ ଲମ୍ବ ଅନ୍ଧାରି ତାଗ ୨ଟିକୁ କାପ କରାଯାଇ ସେଟିଂ କରାଯାଇଛି । ଏହା କିଁଇଁଚି ସହ ଭୂଇଁ ଶେଣୀ, ଭୂଇଁ ଖମ୍ବି ପାଖୁଡାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଏହା ମୂଳ ଭୂଇଁ କଇଁଚିର ୁଭୟ ପାଶ୍ୱର୍ରୁ ସେଟିଂ କରାଯାଇଅଛି । ତିନିରଥର ରୂପକାର ସେବକମାନେ ନାଟଗୋଡରେ ରାହୁରୂପ ଖୋଦେଇ ସହ ତିନିରଥ ପଟାଗୁଜ ଗୁଡିକରେ ସିଂହବିରାଳ, ଗଜ ବିରାଳ, ନରବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ଆଜି ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନିରଥର କନକମୁଣ୍ଡି ସେଟିଂ ପାଇଁ ବାହୁଟ ଫାଳିଆ କଣ୍ଟା ୧୨ଟି, କାଣ୍ଡୁଚି ନାଟ କଣ୍ଟାରୁ ୧୨ଟି, ତିନିରଥ ପାଇଁ ୨୪ଗୋଟି ଲେଖାଏଁ ନିର୍ମାଣ କରିବା ସହ ପୋଟଳ ଫିଟିଂ ପାଇଁ ଗୋଡିଛାଲ ପୋଟଳ କଣ୍ଟା, ବାଗିଆ ପୋଟଳ କଣ୍ଟା ପ୍ରତି ରଥ ପାଇଁ ୩ଶହ ଲେଖାଏଁ ଉକ୍ତ କଣ୍ଟା ନିର୍ମାଣ ଶେଷ ପର୍ଯ୍ୟୟରେ ପହଞ୍ଚିଛି ।

Leave A Reply

Your email address will not be published.

eighteen + 20 =