କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ସଦସର ଥାନାରେ ହାଜତ ମୃତ୍ୟୁ ଘଟଣାରେ ସ୍ଥାନୀୟ ଏସପି ଜଣେ ଏଏସଆଇ ଏବଂ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଥିଲା ବେଳେ ସ୍ଥାନର ଆଇଆଇସିଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ନିଲମ୍ବିତ ଏଏସଆଇ ହେଲେ ସପନ ସରକାର ଓ କନଷ୍ଟେବଳ ହେଲେ ଡି.କେ ମାଝୀ । ସୂଚନାଯୋଗ୍ୟ, ରାଜସ୍ଥାନର ଗୋପାଳ ରାମ ନାମକ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ଗତକାଲି ରାତିରେ ୮ କ୍ୱିଂଟାଲ ଗଞ୍ଜାଇ ଜବତ ସହ ତାଙ୍କୁ ଜୟପୁର ସଦର ଥାନାରେ ଅଟକ ରଖାଯାଇଥିଲା । ସେଠାରେ ତାଙ୍କୁ ଘୋଡାଇ ହେବାକୁ କମ୍ବଳ ଦିଆଯାଇଥିବା ବେଳେ ବିଳମ୍ବିତ ରାତିରେ କମ୍ବଳ ଚିରି ହାଜତ ମଧ୍ୟରେ ହିଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।