ଝାରପଡା ଜେଲରେ କରୋନାରେ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଜେଲ୍ ଭିତରକୁ ପଶିଲା ଭୂତାଣୁ । ଝାରପଡା ଜେଲ୍‌ର ଜଣେ ବିଚାରଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଷଳ ତ୍ରିପତି ମହାନ୍ତି । ନିଶା କାରବାର ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ କଟକର କୋଭିଡ୍ କେୟାର ହସ୍ପିଟାଲରେ ର୍ଭତି କରାଯାଇଥିଲା । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିବା ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି ।

Leave A Reply

Your email address will not be published.

thirteen − 8 =