ଝାରସୁଗୁଡ଼ା: ବହୁ ପ୍ରତିକ୍ଷିତି ଆଇଏଲ୍ଏସ ସିଷ୍ଟମ ଗତକାଲି ଗତକାଲି ମଧ୍ୟରାତ୍ରିରୁ ଝାରସୁଗଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗୁ ହେଲା । ଏହାଦ୍ୱାରା ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ ।ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା ଦେଖାଦେଉଥିବାରୁ ଦୀର୍ଘଦିନ ହେଲା ଯାତ୍ରୀମାନେ ହଇରାଣ ହେଉଥିଲେ । ଫଳରେ ଆଇଏଲ୍ଏସ ସିଷ୍ଟମ ଲାଗୁ ପାଇଁ ଦାବି ହୋଇ ଆସୁଥିଲା । । ଏହି ସିଷ୍ଟମ ଲାଗୁ ହେବା ପରେ ୮ଶହ ମିଟର ଭିଜିବିଲିଟି ସହ ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ । କିଛି ଦିନ ପୂର୍ବରୁ ଡିଜିସିଏ ପକ୍ଷରୁ ଏନେଇ ସ୍ୱୀକୃତି ପ୍ରଦାନ କରାଯାଇଥିଲା ବୋଲି କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ କିଶୋର ସେନାପତି । ଏହାଦ୍ୱାରା ଯାତ୍ରୀମାନେ ବହୁ ଉପକୃତ ହେବା ସହ ସେମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ କହିଛନ୍ତି ।