ଝାରସୁଗୁଡାରେ ତିନି ସପ୍ତାହ ପାଇଁ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡା: ଦେଶରେ ଏବଂ ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦରଖିବାକୁ ଜିଲ୍ଲା ପ୍ରଶାସନ ନିସ୍ପତି ନେଇଛି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନ ଏପରି ନିସ୍ପତି ନେଇଥିବା ଜିଲ୍ଲାପାଳ ଟ୍ୱିଟ କରି ସୁଚନା ଦେଇଛନ୍ତି । ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟସାମଗୀ୍ର ଅନ୍ୟତ୍ର ବକି୍ର ବ୍ୟବସ୍ଥା ହେବ ବୋଲି ସୁଚନା ଦେଇଛନ୍ତି । ଆଜି ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ମାଲକାନଗରି ଜିଲ୍ଲାରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଜିଲ୍ଲର ସମସ୍ତ ଦୋକାନ, ବଜାର ଓ ହାଟରେ ଦୋକାନିମାନଙ୍କ ପାଇଁ ମାସ୍କ, ସାନିଟାଇଜର ବାଧ୍ୟତା ମୂଳକ କରିଛନ୍ତି ।

Leave A Reply

Your email address will not be published.

eighteen + 14 =