ଝାରସୁଗୁଡା : ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ଲାଗି ଆସନ୍ତା ୧୩ ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ କଂଗ୍ରେସ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୂର୍ବତନ ବିଧାୟକ ସ୍ୱର୍ଗତଃ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଆଜି ଏଆଇସିସି ପାଣ୍ଡେଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛି । ଝାରସୁଗୁଡାରେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ତରୁଣଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହାପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଯାଇଥିଲା । ଆଉ ରାଜ୍ୟ କମିଟି ଦେଇଥିବା ରିପୋର୍ଟ ଆଧାରରେ ତରୁଣଙ୍କ ନାଁରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ ମୋହର ମାରିଛନ୍ତି । ଯୁବ ନେତା ଭାବେ ପରିଚିତ ତରୁଣ ପାଣ୍ଡେ ପୂର୍ବରୁ କଂଗ୍ରେସ ସହ ଜଡିତ ଅଛନ୍ତି । ତରୁଣଙ୍କ ବାପା ପାଣ୍ଡେ ମଧ୍ୟ ପୂର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡାରୁ ବିଧାୟକ ଭାବେ ୩ଥର ନିର୍ବାଚିତ ହୋଇଥିଲେ । ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତଃ ନବ ଦାସଙ୍କ କନ୍ୟା ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅନ୍ୟ ପକ୍ଷରେ ବିଜେପି ଆନୁଷ୍ଠାନିକ ଭାବେ ଦଳୀୟ ପ୍ରାର୍ଥୀଙ୍କ୍ ନାମ ଘୋଷଣା କରିନଥିଲେ ମଧ୍ୟ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବେ ବୋଲି ଦଳର ବିଧାୟକ ସୁବାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

17 − 6 =