ଟଣ ପଂଚାୟତରେ ଭାଲୁ ଆକ୍ରମଣରେ ୨ ଯୁବକ ଗୁରୁତର

ତେଲକୋଇ: ବିଜେପି ବନାଂଚଳ ଅଧିକ ବାଂଶପାଳ ବ୍ଲକ ଟଣ ପଂଚାୟତରେ ରବିବାର ଜଙ୍ଗଲି ଭାଲୁ ଆତଙ୍କ ଖେଳିଯାଇଛି । ପୃଥକ ଭାଲୁ ଆକ୍ରମଣ ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ପ୍ରଥମ ଘଟଣାରେ ଗୁରୁତର ଯୁବକ ହେଲେ ଟଣ ଗ୍ରାମର ଧନିଆ ଦେହୁରୀଙ୍କ ପୁଅ ସନାତନ ଦେହୁରୀ (୨୨) । ରବିବାର ଦିନ ୧୧ଟା ବେଳକୁ ସନାତନ ଗ୍ରାମ ନିକଟ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ । ତାଙ୍କୁ ଭାଲୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । ଫଳରେ ତାଙ୍କ ଭାଲୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । ଫଳରେ ତାଙ୍କ ପେଟ ଛାତି ଓ ହାତରେ ଗଭୀର କ୍ଷତ ହୋଇଛି । ସନାତନଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ସେହିପରି ଦ୍ୱିତୀୟ ଘଟଣା ଦୁଇ ଘଂଟା ମଧ୍ୟରେ ପୂର୍ବ ଘଟଣାସ୍ଥଳ ଠାରୁ ଜଙ୍ଗଲ ରାସ୍ତାରେ ପ୍ରାୟ ଛଅ କିଲୋମିଟର ଦୂର ସେହି ଟଣ ପଂଚାୟତର ତଳଇରିଡା ଗ୍ରାମରେ ଘଟିଛି । ଗ୍ରାମର ଆମ୍ବ ତୋଟାରେ ସିଦ୍ଧି ପ୍ରଧାନଙ୍କ ପୁଅ ଶିରିଆ ପ୍ରଧାନ (୧୭)ଙ୍କୁ ଜଙ୍ଗଲି ଭାଲୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛି । ଯୁବକଙ୍କ ପାଟି ଶୁଣି ଗ୍ରାମବାସୀ ତାଙ୍କୁ ଭାଲୁ ମୁହଁରୁ ଉଦ୍ଧାର କରି ଏକ ଅଟୋ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଯୁବକଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଉଭୟ ଆକ୍ରମଣରେ ଭିନ୍ନ ଭିନ୍ନ ଭାଲୁ ନା ଗୋଟିଏ ଭାଲୁ ତାହା ଜଣାପଡିନାହିଁ । ଏ ବିଷୟରେ ବିଜେପି ବନାଂଚଳ ଅଧିକାରୀ ମାନସ ମୁର୍ମୁଙ୍କୁ ପଚାରିବାରୁ ସେ ସୂଚନା ପାଇବା ପରେ ତରମାକାନ୍ତର ବନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

2 × 4 =