ଟାଟା ମୋଟର୍ସରେ ଚାକିରୀ କରିନଥିବା ମାନିଲେ

କଟକ: ଟାଟା ମୋଟର୍ସରେ ଚାକିରୀ କରିନଥିଲେ । କି ଏହା ଏମଡି ନଥିଲେ ବୋଲି ଭିଜିଲାନ୍ସ ଏସଆଇଟି ଜେରା ବେଳେ ଗିରଫ ଆକାଶ ପାଠକ ସ୍ୱୀକାର କରିଛନ୍ତି । କେବଳ ନବାବୀ ଦେଖାଇବା ପାଇଁ ଏମଡି ଥିବା କହି ଲୋକୁ ଭୁତାଉଥିଲେ । ଟାଟ ମୋଟର୍ସରେ ଚାକିରୀ କରାଇଦେବା ପାଇଁ କହି ଠକୁଥିଲେ ବୋଲି କହିଛନ୍ତି । ଏଥିସହ ଚାଚାର୍ଡ ପ୍ଲେନରେ ନିଜ ସମ୍ପର୍କୀୟ ସହ ବିଦେଶ ଭ୍ରମଣ କରିଥିବା ମାନିଛନ୍ତି । ସୂଚନା ଯୋଗ୍ୟ ଯେ, ଆକାଶ ଚାକିରୀ କରାଇଦେବା ନାରେ କୋଟି କୋଟି ଟଙ୍କା ଠିକିଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ଆୟ ବର୍ହିଭୁତ ସମ୍ପତି ଠୁଳ ଏବଂ ଠକେଇ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟ କାନ୍ତଙ୍କ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ, ଏସଆଇଟି ୩ ଦିନଆ ରିମାଣ୍ଡରେ ନେଇ ମାରଥନ ଜେରା ଜାରିରଖିଛି । ଜେରା ବେଳେ ବହୁ ତଥ୍ୟ ହସ୍ତଗସ୍ତ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଟାଟ ମୋର୍ଟସରେ ଆକାଶ ଚାକିରୀ କରିଥିଲେ କି ନାହିଁ ସେନେଇ ଜଣାଇବା ଲାଗି କମିସନରେଟ ପୋଲିସ ଆଜି ଟାଟା କତୁପକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି । ଟାଟର ଉତର ମିଳିବା ପରେ ଠକେଇ ମାମଲାର ଉପରେ ପରବର୍ତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରି କହିଛନ୍ତି ।

Leave A Reply

Your email address will not be published.

4 × three =