ଯୋଡା : ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ପକ୍ଷରୁ ମଙ୍ଗଳବାର 41 ତମ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି I ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍ଟି (ଡି ଜି ଏମ୍ -ଏସ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ସୁରକ୍ଷା ସମ୍ବନ୍ଧୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା I ଏହି ସଭାରେ ରାମ ଶଙ୍କର ଶର୍ମI, ଏ ଭି ପି, ମାଇନିଂ ଅପରେସନ- ନାରାୟଣପୋଷି ଖଣି (ଜେ ଏସ୍ ଡବ୍ଲ୍ଯୁ), ସତ୍ୟକାମ ଦାସ, ଡି ଜି ଏମ- ଠାକୁରାଣୀ ଖଣି ( ଆର୍ସେଲର ମିତ୍ତଲ ନିପନ ଷ୍ଟିଲ), ସୁଭାସ ଦାସ, ଡି ଜି ଏମ-କାସିଆ ଖଣି, ବିଜୟ ସେଠୀ, ମ୍ୟାନେଜର -କୁର୍ମିତାର ଖଣି, ଅତୁଲ କୁମାର ଭଟନIଗର, ଜେନେରାଲ ମ୍ୟାନେଜର (ଓ ଏମ୍ କ୍ୟୁ), ରାଜେଶ କୁମାର, ଚିଫ,ଯୋଡା-ଟାଟା ଷ୍ଟିଲ, ବ୍ରଜ ବିନୋଦ କୁମାର, ହେଡ୍- ଯୋଡା ଇଷ୍ଟ ଖଣି, ଟାଟା ଷ୍ଟିଲ ଓ କମ୍ପାନୀ ର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ଯାନ୍ତ୍ରିକ ସେବା ପ୍ରଦାନକାରୀ ସଂସ୍ଥା ଙ୍କର ପ୍ରତିନିଧି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ I ସଂଯୋଜକ ଭାବରେ ନିଜର ବକ୍ତବ୍ୟ ଉପସ୍ଥାପନ କରି ରାମ ଶଙ୍କର ଶର୍ମI ଉପସ୍ଥିତ ଶ୍ରୋତାମାନଙ୍କୁ ଖଣିର ଉତ୍ତୋଳନଠାରୁ ଆରମ୍ଭ କରି ବ୍ୟବହାରଯୋଗୀ ବସ୍ତୁର ଉତ୍ପାଦନ ପର୍ଯ୍ୟନ୍ତ ପରିବେଶୀୟ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରିଥିଲେ I ଏହା ପୂର୍ବରୁ ନିରୀକ୍ଷଣକାରୀ ଦଳ ଯୋଡା ଇଷ୍ଟ ଲୌହ ଖଣିର ପ୍ରମୁଖ ସ୍ଥାନ ପରିଦର୍ଶନ କରି ଟାଟା ଷ୍ଟିଲ ଦ୍ଵାରା ପରିବେଶ ଓ ଖଣି ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ସବୁ ବୁଲି ଦେଖିଥିଲେ I ବିଶେଷକରି ଫ୍ଲଇଟ ମ୍ୟାନେଜମେଣ୍ଟ ସିଷ୍ଟମ, ପେସ୍ଟ ଥିକେନର ଇତ୍ୟାଦି ସ୍ଥାନ ଗୁଡିକ ବୁଲି କମ୍ପାନୀର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ I ପ୍ରଚାର ଓ ପ୍ରସାର ଭିତ୍ତିକ ପ୍ରଦର୍ଶନରେ ସେମାନେ ଯାନ୍ତ୍ରିକ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପରିବେଶ ଓ ଖଣି ସୁରକ୍ଷା ସମ୍ପର୍କିତ ମଡେଲ ପରିଦର୍ଶନ କରି ଖଣିରେ ବ୍ୟବହୃତ ଡ୍ରନ ସର୍ଭେ, ରିମୋଟ୍ ଡ୍ରିଲିଙ୍ଗ , ଡ୍ରାଇଭିଂ ସୁରକ୍ଷା, ଭଳି ବିଭିନ୍ନ ଯନ୍ତ୍ର ସବୁକୁ ଦେଖିଥିଲେ I ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଖଣି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଓ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା I ସଭା ଶେଷରେ ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I