ଟିଏମସି ପରିସର ସଫା କଲେ ପ୍ରବାସୀ

ବାଲିକୁଦା,୫.୬(ନି.ପ୍ର.): ମାଛଗାଁ ପଂଚାୟତର ଓଚିନ୍ଦା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସି (ଅସ୍ତାୟୀ ସ୍ୱାସ୍ଥ୍ୟକେନ୍ଦ୍ର) ପରିସର ସଫେଇ କରିଛନ୍ତି ପ୍ରବାସୀ । ଗତ କଜିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ଉକ୍ତ ଟିଏମସି ପରିସ ଘାଷରେ ପରିପୂର୍ଣ୍ଣ ହୋଇଯାଇଥିଲା । ଫଳରେ ବିଭିନ୍ନ ସରିସୃପ ଏଥିରେ ବାସ କରିବାର ଆଶଙ୍କା ଦେଖା ଦେଇଥିଲା । ଯେହେତୁ ଏଠାରେ ପ୍ରବାସୀ ରହୁଛନ୍ତି ସେହି କାରଣରୁ ଏହା ଭିତରକୁ ଅନ୍ୟ କେହି ପ୍ରବେଶ କରି ପଡିଆରୁ ଘାଷ କାଟିବା ବା ସଫା କରିବାକୁ ଘୃଣାବୋଧ କରୁଥିଲେ । ନିଜର ଚଳିବା ପାଇଁ ଓ ନିଜ ସ୍କୁଲର ସୌନ୍ଦର୍ଯ୍ୟ ପୂର୍ବବତ ରଖିବା ଲକ୍ଷ୍ୟରେ ଏଠାରେ ରହୁଥିବା ପ୍ରବାସି ମାନେ ନିଜ ଇଛାରେ ଏହି ସ୍କୁଲ ପରିସର ସଫା କରିବାକୁ ଇଛାପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ଏଠାରେ ରହୁ ଥିବା ସମସ୍ତ ପ୍ରବାସୀ ଜଣେ ଜଣେ କର୍ମଜୀବୀ ହୋଇଥିବାରୁ ସେମାନେ ଖାଲି ବସି ରହିବାକୁ ଉଚିତ ମନେ କରି ନ ଥିଲେ । ଫଳରେ ଏଠାକାର ପ୍ରବାସୀ ମାନେ ସେମାନଙ୍କ ଗାଁ ସ୍କୁଲର ପରିବେଷ ସଫା ସୁତରା ରଖିବାକୁ ଚେଷ୍ଟା କରି ସ୍କୁଲ ପଡିଆରେ ଥିବା ଘାଷକୁ ସଫା କରିଥିଲେ । ଏମାନ୮୍କ ସହିତ ସରପଞ୍ଚ ପର୍ଶୁରାମ ସେଠୀ ମଧ୍ୟ ସାମିଲ ଥିଲେ । ସୂଚନା ଥାଉକି ଏହି କେନ୍ଦ୍ରରେ ଥିାବ ମୋଟ ୩୩ ଜଣ ପ୍ରବାସୀଙ୍କ ମଧ୍ୟରୁ ୨୪ ଜଣଙ୍କୁ ଡିସ୍ଚାର୍ଜ କରାଯାଇଥିଲେ ମଧ୍ୟ ଓ ସେମାନଙ୍କଜୁ ଡିସଚାର୍ଜ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ସେମାନେ ଏହି ଟିଏମସି ଛାଡି ଯିବାକୁ ଅନିଛା ପ୍ରକାଶ କରି ସରପଞ୍ଚ ଶ୍ରୀ ସେଠୀଙ୍କୁ ଜଣାଇଥିଲେ । ଶ୍ରୀ ସେଠୀ ସେମାନଙ୍କ ଆବେଦନକୁ ବିଡିଓ ଡା. କଲ୍ୟାଣ ସୌରଣ ଦାଶଙ୍କୁ ଜଣାଇଥିଲୋ ଡା. ଦାଶଙ୍କ ପରାମର୍ଶ କ୍ରମେ ସରପଞ୍ଚ ଶ୍ରୀସେଠୀ ସେମାନଙ୍କୁ ଆଉ ଅଧିକ ୭ ଦିନ ଟିଏମସିରେ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତିା

Leave A Reply

Your email address will not be published.

4 × 5 =