ଟିଏସ୍‌ଏଫ୍‌ର ଯାନ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିଙ୍କ ଜୀବନରେ ପରିବର୍ତନ

ଯୋଡ଼ା : ଜୁଲାଇ ୨୩ ନିଯୁକ୍ତି ହାସଲ କରିବା ଦକ୍ଷତା ଜରିଆରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଗତ ୧୨ ବର୍ଷ ଧରି କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ପାର୍ଶ୍ଵବର୍ତ୍ତି ଅଂଚଳର ଯୁବବର୍ଗଙ୍କୁ ମୋଟର ଗାଡ଼ି ଚଲାଇବା ତାଲିମ ପ୍ରଦାନ କରାଯାଉଛି । ଭାରି ମୋଟର ଯାନ ଓ ହାଲୁକା ମୋଟର ଯାନ (ଏଚ୍‌ଏମ୍‌ଭି/ ଏଲ୍‌ଏମ୍‌ଭି) ଦକ୍ଷତା ତାଲିମ ଓ ବିକାଶ କାର୍ଯ୍ୟକ୍ରମ ଜରିଆରେ ବର୍ତମାନ ସୁଦ୍ଧା ଯୋଡ଼ା, ବାମେବାରି, ଖଣ୍ଡବନ୍ଧ, ଜଳହରି, ବିଚାକୁଣ୍ଡି ଓ ଆଖପାଖ ଅଂଚଳର ୬୦୦ ଯୁବପିଢ଼ିଙ୍କୁ ତାଲିମ ପ୍ରଦାନ କରାଯାଇଛି । ସୋସାଇଟି ଫର ଗଭର୍ଣ୍ଣମେଂଟ୍ ଅଫ୍ ଓଡ଼ିଶା – ଅଶୋକ ଲେଲ୍ୟାଣ୍ଡ୍ ଓ କଟକର ଚାରବାଟିଆ ସ୍ଥିତ ଏଚ୍‌ଏମ୍‌ଭି ଡ୍ରାଇଭର ତାଲିମ ପ୍ରତିଷ୍ଠାନର ସହଯୋଗିତାରେ ଏହି ତାଲିମ ପ୍ରଦାନ କରାଯାଉଛି ।କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଟିଏସ୍‌ଏଫ୍ ପକ୍ଷରୁ ଏଚଏମ୍‌ଭି/ ଏଲ୍‌ଏମ୍‌ଭି ଗାଡ଼ି ଚାଳନା ଉପରେ ଯଥାକ୍ରମେ ୨୧ ଦିନିଆ ଓ ୩୧ ଦିନିଆ ଆବାସିକ କାର୍ଯ୍ୟକ୍ରମ ପ୍ରଦାନ କରାଯାଉଛି । ସକାରାତ୍ମକ ଗାଡ଼ି ଚାଳନା ପ୍ରଥା, ଟ୍ରାଫିକ ନୀତି ଓ ନିୟମ, ସଡ଼କରେ ଉପଯୁକ୍ତ ବ୍ୟବହାର, ମୌଳିକ ଗାଡ଼ି ରକ୍ଷଣାବେକ୍ଷଣ ଓ ଜରୁରୀକାଳୀନ ସ୍ଥିତିର ପରିଚାଳନା ପଦ୍ଧତି ଆଦି ଉପରେ ଥିଓରି ଓ ପ୍ରାକ୍ଟିକାଲ୍ ତାଲିମ ପ୍ରଦାନ କରାଯାଉଛି ।ଏହି ଅଂଚଳରେ ହାତଗଣତି କାର୍ଯ୍ୟକ୍ଷମ ଖଣି ରହିଥିବାରୁ ଦକ୍ଷତାର ସହ ହାଲୁକା ଓ ଭାରି ମୋଟର ଯାନ ଚଲାଇବା ଲାଗି ଆବଶ୍ୟକ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କ ସବୁବେଳେ ଆବଶ୍ୟକତା ରହୁଛି । ସମ୍ପ୍ରସାରିତ ଯୋଗାଣ ଶୃଙ୍ଖଳ ଲଜିଷ୍ଟିକ୍ସ ନେଟ୍‌ୱର୍କର ଚାହିଦା ପୂରଣ କରିବା ଲାଗି ଉଚ୍ଚ ମାନର ଚାଳକ ବିକାଶ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହୋଇଛି ଯେଉଁମାନେ ପରିବହନ ଏବଂ ଲଜିଷ୍ଟିକ୍ସ ଶିଳ୍ପରେ ଅର୍ଥପୂର୍ଣ୍ଣ ନିଯୁକ୍ତି ପାଇଛନ୍ତି ସ୍ୱାବଲମ୍ବୀ ହେବାର ସଂକଳ୍ପକୁ ନେଇ ଯୋଡ଼ାର ହୁଡ଼ି ସାହିର ଜାନ୍ତି ମୋଣି ମହାନ୍ତି ଏବେ ଜେଏସ୍‌ଡବ୍ଲୁ ଖଣିରେ ଭାରି ମୋଟର ଯାନ ଚାଳକ ଭାବେ ନିଯୁକ୍ତ ହୋଇଛନ୍ତି ଏବଂ ମାସକୁ ୪୦,୦୦୦ ଟଙ୍କା ରୋଜଗାର କରୁଛନ୍ତି । ସେ କହିଛନ୍ତି ଯେ ଟିଏସ୍‌ଏଫ୍ ପ୍ରଦାନ କରିଥିବା ଏଲଏମ୍‌ଭି ତାଲିମ ମୋ ଜୀବନ ବଦଳାଇ ଦେଇଛି ଏବଂ ଏକ ଉତମ ଭବିଷ୍ୟତ ଆଡ଼କୁ ମୁଁ ଅଗ୍ରସର ହୋଇଛି । ଆଜିର ଦିନରେ ମୁଁ ମୋ ପରିବାରର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ସମସ୍ତଙ୍କ ସମ୍ମାନ ପାଇପାରିଛି ।ତ୍ରିବେଣୀ ଖଣିରେ ଏଚ୍‌ଏମ୍‌ଭି ଚାଳକ ଭାବେ କାର୍ଯ୍ୟ କରୁଥିବା ଯୋଡ଼ାର ରୀନା ନନ୍ଦ କହିଛନ୍ତି ଯେ, “ଆମ ଭଳି ମହିଳାମାନଙ୍କ ଲାଗି ଦକ୍ଷତା ବିକାଶ ସୁଯୋଗ ସୃଷ୍ଟି କରିଥିବାରୁ ଟିଏସ୍‌ଏଫ୍‌କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଜଣେ ଗୃହିଣୀ ଭାବେ ଆମେ ଘର କାମ ଭିତରେ ସୀମିତ ରହିଥିଲୁ ଓ ଆମ ଜୀବନ ରୋଷେଇବାସ ଭିତରେ ବନ୍ଧା ବୋଲି ଭାବୁଥିଲୁ । ମାତ୍ର, ନିଜ ଦକ୍ଷତାରେ ଉନ୍ନତି ଆଣି ଆମେ ଏବେ ସମାଜରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଆଣିପାରିଛୁ ।’’ଯୋଡ଼ା ଅଂଚଳର ବେକାର ଯୁବପିଢ଼ିଙ୍କ ଜୀବନକୁ ବଦଳାଇବାରେ ଟିଏସ୍‌ଏଫ୍‌ର ତାଲିମ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେମାନଙ୍କୁ ମୂଲ୍ୟବାନ ଦକ୍ଷତା ପ୍ରଦାନ କରି ଏବଂ ବିକଳ୍ପ ଜୀବନଜୀବିକା ସୁଯୋଗ ସୃଷ୍ଟି କରି ଏହି ଅଭିଯାନରେ ଲୋକମାନଙ୍କୁ ସଶକ୍ତ କରାଯାଉଥିବା ବେଳେ ତାହା ସମାଜର ସାମଗ୍ରିକ ବିକାଶ ପ୍ରତି ଅବଦାନ ପ୍ରଦାନ କରୁଛି ।

Leave A Reply

Your email address will not be published.

6 + nine =