ଭୁବନେଶ୍ୱ: ଗତକାଲି ରାଜ୍ୟରେ ୧,୧୩,୫୬୩ ଜଣ ଲୋକଙ୍କର ଟିକାକରଣ କରାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୪,୨୯,୭୦୩୨ ଲୋକଙ୍କୁୁ ଟିକା ଦିଆଯାଇସାରିଲାଣି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ସେ ଆହୁରି କରିଛନ୍ତି ଯେ, ଗତକାଲି ଆମକୁ ଢେଇ ଲକ୍ଷ କୋଭିସିଲ୍ଡ ଟିକା ମିଳିଛି, ଯାହା ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଏଥିରେ ସଂକ୍ରମଣ ବେଶୀ ଥିବା ଜିଲ୍ଲା ଯଥା ଖୋର୍ଦ୍ଧା, ସୁନ୍ଦରଗଡ, କଟକ, ବରଗଡ, ନୂଆପଡା ଆଦିକୁ ଅଗ୍ରାଧିକାରୀ ଦିଆଯାଉଛି । ବର୍ତମାନ ଆମ ପାଖରେ ୨,୩୩, ୬୫୮ ଡୋଜ୍ କୋଭିସିଲ୍ଡ ଓ ୭୭୯୬୦ ଡୋଜ୍ କୋଭାକ୍ସିନ୍ ହିସାବରେ ସବୁଦାୟ ୩,୧ ଲକ୍ଷ ଟିକା ମହଜୁଦ୍ ଅଛି । ଟିକା ଉସôବ ଆଜିଠାରୁ ପାଳନ ହେଉଛି, ଯାହାର ମୁଖ୍ୟ ଉଦେ୍ର୍ଧଶ୍ୟ ସଚେତନତା ଓ ଅଧିକ ଟିକାକରଣ ଓ କମ୍ ନଷ୍ଟ କରାଯିବ । ଆମର ଟିକା ନଷ୍ଟ ହେବାର ପରିମାଣ ଶୂନ୍ୟରୁ ମଧ୍ୟ କମ୍ । ଯେତିକି ଟିକା ଅଛି ଆସନ୍ତା କାଲି ଅଧିକାଂଶ ଜିଲ୍ଲାରେ ସରିଯିବ । ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ । ବର୍ତମାନ ୫୭୯ଟି କେନ୍ଦ୍ରରେ ଟିକାକରଣ ହେଉଛି । ୯୦୦କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଛି ।