ଟିକା ନେବା ଲାଗି ଉତ୍ସାହ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଅନ୍ତିମ ଲଘେଇରେ ଟିକା ନେବାଲାଗି ଏବେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ଉତ୍ସାହ ପରିଲିଖିତ ହେଉଛି । ସୂଚନା ଯୋଗ୍ୟ ଯେ ଗତ ସୋମବାରଠାରୁ ସମଗ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟୟ ତଥା ୬୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ଗୁରୁତର ରୋଗରେ ପଡିତ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକମାନଙ୍କ ପାଇଁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଟିକାଦାନ ପାଇଁ ସମଗ୍ର ଦେଶରେ ୩୦ ହଜାର ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଏଥି ମଧ୍ୟରୁ ସରକାରୀ ହସ୍ପିଟାଲରେ ୧୦ ହଜାର କେନ୍ଦ୍ର ଏବଂ ଘରେଇ ହସ୍ପିଟାଲରେ ୨୦ ହଜାର ଟିକାକରଣ କେନ୍ଦ୍ର ଖୋଲାଯାଇଛି । ସେହିପରି ଓଡ଼ିଶାରେ ଟିକା ଦାନ ପାଇଁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟଲର ଏବଂ ୧୮୩ ଟି ଘରୋଇ ହସ୍ପିଟାଲରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । ଏହି ଟିକାଦାନ କେନ୍ଦ୍ର ଗୁଡିକରେ ଦୈନିକ ୬୦ ଜଣ ଲେଖାଏଁ ବରିÂ ନାଗରିକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ ବାସ୍ତବ କ୍ଷେତ୍ରରେ ବୟସ୍କ ପୁରୁଷ ଓ ମହିଳାଙ୍କ ଭିଡ ଲକ୍ଷ କରାଯାଉଛି ।
ସୂଚନଯୋଗ୍ୟ ଯେ ଦେଶରେ ଗତ ଜାନୁଆରୀ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟୟ ଟିକାକରଣ କେବଳ କରୋନା ଯୋଦ୍ଧାମାନଙ୍କ ପାଇଁ ଉଦ୍ଧିÂ ଥିବା ସତେ ସନ୍ତେଷ ଜନକ ନଥିଲା । କରୋନା ଯୋଦ୍ଧା ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଅଗ୍ନିସମ ବାହିନୀ କର୍ମୀ ଚାରି ଓ ସୁରକ୍ଷା କର୍ମୀଙ୍କୁ ଟିକା ଦିଆଯାଉଥିଲା ବେଳେ ସେମାନେ ଟିକା ପ୍ରତି ଅନାସ୍ଥା ପ୍ରକଟ କରିଥିବା ଜଣା ଯାଏ । ପ୍ରଥମ ପର୍ଯ୍ୟୟ ଟିକାକରଣରେ ୩ ହଜାର କରୋନା ଯୋଦ୍ଧାକୁ ଟିକାଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଗତ ୪୫ ଦିନ ମଧ୍ୟରେ ମାତ୍ର ୧ କୋଟି ୪୮ ଲକ୍ଷ କରୋନା ଯୋଦ୍ଧା ଟିକା ନେଇଛନ୍ତି । ଯାହାକି ସନ୍ତୋଷ ଜନକ ନୁହେଁ ତେବେ ଦ୍ୱିତୀୟ ପର୍ଯ୍ୟୟ ଟିକାକରଣରେ ଗତକଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ଦଳର ବରିଷ୍ଟ ରାଜନେତା ଟିକାନେବା ପରେ ଏହାର ପ୍ରଭାବ ଏବେ ଅନୁଭୂତି ହୋଇଛି । ଫଳସ୍ୱରୁପ ଟିକା ନେବା ପାଇଁ ବୟସ୍କ ଲୋକଙ୍କ ମଧ୍ୟରେ ଆଗ୍ରାହ, ଉତ୍ସାହ ଲକ୍ଷ୍ୟ କରାଯାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଳାୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିନକ ଭିତରେ ଦେଶରେ ୧ଲକ୍ଷ ୨୮ ହଜାର ବୟସ୍କ ଲୋକ ଟିକାନେଇଥିଲା ବେଳେ ୨୫ ଲକ୍ଷରୁ ଉଦ୍ଧ୍ୱର୍ ନାମ ପଞ୍ଜିକରଣ କରିଛନ୍ତି । ଗତକାଲି ରାଜ୍ୟରେ ୧୧,୫୮୯ ଜଣ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରେ ୧୧,୨୮୯ ଜଣ ବୟସ୍କ ନାଗରିକ ଥିଲା ବେଳେ ୪୫ରୁ ୫୯ ବୟସ୍କ ଜଟିଲ ରୋଗରେ ପଡିତ ୩୦୦ ଜଣ ଟିକା ନେଇଥିବା ଜଣାଯାଇଛି । ତେବେ ଟିକା ଦାନ କେନ୍ଦ୍ର ଗୁଡିକ ନିକଟରେ ଭିଡ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ଅଧିକ ଘରୋଇ ହସ୍ପିଟାଲକୁ ଟିକାକରଣ କେନ୍ଦ୍ର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର ସମସ୍ତ ଜିଲ୍ଲାର ଜିଲାପାଳ ଓ ମହାନଗର ନିଗମର କିମିଶନରମାନଙ୍କ ନିକଟକୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.

two + three =