ସୁନ୍ଦରଗଡ: ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତିଙ୍କ କାର୍ରୁ ଭିଜିଲାନ୍ସ ଆଜି ୧୯ଲକ୍ଷ ଟଙ୍କାରୁ ଅଧିକ ଜବତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିଛି । ସେ ଆଜି ସୁନ୍ଦରଗଡରୁ ନିଜ ଗ୍ରାମକୁ ଯାଉଥିବା ବେଳେ ଖବର ପାଇ ଭିଜିଲାନ୍ସ ଟିମ୍ ବାଟରେ ତାଙ୍କ ଗାଡିକୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିରୁ ୧୯ଲକ୍ଷ ଟଙ୍କାରୁ ଅଧିକ ଭିଜିଲାନ୍ସ ଜବତ କରିଛି । ଏହି ଘଟଣା ବିିଭିନ୍ନ ମହଲରେ ଘୋର ଆଲୋଡନ ସୃଷ୍ଟି କରିଛି ।
କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ । ଟିମ୍ ପ୍ରାଥମିକ ଭାବେ ପଚରାଉଚୁରା କରିଥିଲେ ମଧ୍ୟ ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତର ଦେଇ ପାରିନଥିଲେ । ଶେଷରେ ଭିଜିଲାନ୍ସ ତାଙ୍କୁ ଅଫିସ୍କୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି ।