ଟି.ଏମ୍.ସି. କେନ୍ଦ୍ର ବୁଲିଲେ ବିଧାୟିକା ଓ ଜିଲ୍ଲାପାଳ

ଯାଜପୁର: ବରୀ ବିଧାୟିକା ସୁନନ୍ଦା ଦାସ ବୁଧବାର ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସହ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଯାଜପୁର ଲୋକମାନେ ନିଜ ନିଜ ଅଂଚଳକୁ ଫେରୁଥିବାରୁ ସେମାନଙ୍କର ନିରାପଦ ରହଣି ସ୍ଥଳ, ଖାଦ୍ୟ, ପାନୀୟ, ସ୍ୱଚ୍ଛତା ଇତ୍ୟାଦି ପ୍ରତି ବ୍ୟବସ୍ଥା କରିବାକୁ ବିଧାୟିକା ଶ୍ରୀମତୀ ଦାସ ଗୁରୁତ୍ୱ ଦେଇଥିଲେ । ତେବେ ସରକାରୀ ନିୟମାବଳୀ ଆଧାରରେ ବାହାରୁ ଆସୁଥିବା ପ୍ରତିଟି ପ୍ରବାସୀଙ୍କ ପାଇଁ ମାର୍ଗଦର୍ଶିକା ଆଧାରରେ ବ୍ୟବସ୍ଥା ହୋଇଛି ଏବଂ ସମସ୍ତେ ପଞ୍ଜିକୃତ ହୋଇ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବା ଟିଏମସିମାନଙ୍କରେ ରହିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । କୌଣସି ବି ପରିସ୍ଥିତିରେ ପ୍ରବାସୀମାନେ ନିଜ ପରିବାର ବା ସଂପର୍କୀୟଙ୍କ ସହ ନ ମିଶିବା ଓ ସଂପର୍କୀୟମାନେ ମଧ୍ୟ ତାଙ୍କ ସହ ନ ମିଶିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହା ଏକ ସଂକ୍ରମଣଜନୀତ ରୋଗ ହୋଇଥିବାରୁ ନିୟମ ଅନୁସାରେ ସଂଗରୋଧରେ ରହି ସୁସ୍ଥ ହୋଇ ନିଜ ପରିବାରକୁ ଫେରିଯିବା ଉଚିତ୍ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ପ୍ରତ୍ୟେକ ଟିଏମସିରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ଖାଦ୍ୟ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛନ୍ତି । ତେବେ ଯଦି ଅନ୍ତେବାସୀମାନେ ସେହି ଅର୍ଥରେ ଅନ୍ୟ ପୁଷ୍ଟିକର ଖାଦ୍ୟ ଖାଇପାରିବେ ତେବେ ଫୁଡ କମିଟି ମାଧ୍ୟମରେ ବ୍ୟବସ୍ଥା କରିବେ । ସେମିତି ସାଂସ୍କୃତିକ କମିଟି ଓ ସ୍ୱଚ୍ଛତା କମିଟି ଗଢି ନିଜର ମନୋରଂଜନ ଓ ପରିବେଶକୁ ସ୍ୱଚ୍ଛ ରଖିପାରିବେ । ସଙ୍ଗରୋଧ ସମୟକୁ ସକରାତ୍ମକ ଭାବେ ନେଇ ଜଣେ ନିଜ ପ୍ରତିଭାର ଉନ୍ମେଶ ମଧ୍ୟ କରିପାରିବାର ଅନେକ ନଜିର ରହିଛି । ତେଣୁ ଯୋଗାଭ୍ୟାସ, ପ୍ରାର୍ଥନା, ସୃଜନଶୀଳତାକୁ ମଧ୍ୟ ଅନ୍ତେବାସୀମାନେ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପରେ ବିଭିନ୍ନ ଟି.ଏମ.ସିକୁ ଜିଲ୍ଲାପାଳ ଓ ବିଧାୟିକା ପରିଦର୍ଶନ କରିଥିଲେ । ତେବେ ବାଲିଆସ୍ଥିତ ଅଭିମନୁ୍ୟ ସାମନ୍ତ ସିଂହାର ମହାବିଦ୍ୟାଳୟର ଟି.ଏମ.ସି.ଟି. ସଂପୂର୍ଣ୍ଣ ଭିନ୍ନ ଥିଲା । ଅନେକ ମହତବାଣୀ ଓ ସଂଗରୋଧରେ ରହିବାକୁ ଥିବା ବ୍ୟକ୍ତିମାନଙ୍କର ଆଚରଣ ଓ ଉଚ୍ଚାରଣ ସଂପର୍କିତ ଲେଖା ଗୁଡିକ ଫ୍ଲେକ୍ସ ଆକାରରେ ଭାବାବେଗ ସୃଷ୍ଟି କରୁଥିଲା । ଏହାର ପ୍ରସ୍ତୁତି କର୍ତା ଅଧ୍ୟାପକ ଶରତ କୁମାର ଜେନା ଓ ତାଙ୍କ ସହଯୋଗୀଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ଗସ୍ତ ଓ ଅନୁଧ୍ୟାନ ସମୟରେ ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ, ବିଡିଓ ଶାସ୍ୱତ ଜେନା, ତହସିଲଦାର ସରୋଜ ନାୟକ, ଆଇଆଇସି ମାର୍କଣ୍ଡ ମିଶ୍ର, ଜିଲ୍ଲାପରିଷଦ ସଦସ୍ୟ ଅଶୋକ କୁମାର ସାମଲ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଦେବେନ୍ଦ୍ର କୁମାର ଦାସ ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ରଂଜନ କୁମାର ଦାସ ଏବଂ ଅନ୍ୟାନ୍ୟ ବରିÂ ଅଧିକାରୀମାନେ ବିଂଝାରପୁର ବ୍ଲକର ବିଭିନ୍ନ ଅଂଚଳରେ ଥିବା ଟି.ଏମ୍.ସି କେନ୍ଦ୍ର ପରିଦର୍ଶନ କରିବା ସହିତ କୋଭିଡ୍ ୧୯ ଉଦେ୍ଧଶ୍ୟରେ ସମସ୍ତ ଦିଗ ପ୍ରତି ନଜର ଦେଇଥିଲେ । ଏହି ଗସ୍ତ ସମୟରେ ବ୍ଲକ୍ ପକ୍ଷରୁ କରୋନା ମୁକାବିଲାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରାଯିବାକୁ ନେଇ ତର୍ଜମା କରିବା ସହିତ ଏ ଦିଗରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

Leave A Reply

Your email address will not be published.

7 − seven =