ଟ୍ରାକ୍ଟର ଓଲଟି ୨ମୃତ

ବାରିପଦା: ଟ୍ରାକ୍ଟର ଓଲଟି ୨ଜଣକ ମୃତ ହେବା ସହିତ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାଟି ମୟୁରଭ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ଝିଙ୍କିରିଆରେ ଘଟିଛି ।ବାରିପଦା-ଅମରଦା ରାଜ୍ୟ ରାଜପଥର ଝିଙ୍କିରିଆ ଛକ ନିକଟରେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା ।ଯାହା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ ।ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକ ହେଲେ ମଙ୍ଗଲ ମୁର୍ମୁ ଓ ଭୁଣ୍ଡା ମୁର୍ମୁ ।ବୟସ ପାଖାପାଖି ୨୦ । ଗୁରୁତର ଦୁଃଖିଆ ହେମ୍ବ୍ରମଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଏବଂ ଗୁରୁତର ସମସ୍ତେ ମୋରଡ଼ା ଥାନା ଅନ୍ତର୍ଗତ ବରକନ୍ଦ ପଞ୍ଚାୟତ ତେନ୍ତୁଳିବାଟି ଗ୍ରାମର ବୋଲି ଜଣାପଡିଛି । ତେବେ ବାଛୁରିପାଳ ଗ୍ରାମ ଦେବେନ୍ଦ୍ର ଧଳଙ୍କ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସି ଓଲଟି ପଡ଼ିଥିଲା । ଟ୍ରାକ୍ଟରରେ ଛଅଜଣ ଥିବା ବେଳେ ଚାରିଜଣଙ୍କୁ ଗାଡିର ଇିନ ଚାପି ଯାଇଥିଲା । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ।

Leave A Reply

Your email address will not be published.

12 + ten =