ଟ୍ରାନ୍ସଫର୍ମରରେ ଜଳିଗଲେ ଚାଷୀ

ବନ୍ତଳା: ଅନୁଗୁଳ ସଦର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଜଣେ ଚାଷୀ ଜଳି ଯାଇ ମୃତ୍ୟୁବରଣ କରିଛନ୍ତି ।
ପ୍ରାପ୍ତ୍ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ୍ ମୂଷାପାପୁଲି ଗ୍ରାମର ପ୍ରକାଶ ସାହୁ (୪୨)ଙ୍କ ଆମ୍ବତୋଟା ନିକଟରେ ଏକ ଚାଷକ୍ଷେତ ରହିଛି । ସେଠାରେ ସେ ମକା ଚାଷ କରିଥିଲେ । ତେବେ ଚାଷ କ୍ଷେତ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ସପ୍ତାହେ ହେଲା ତ୍ରୁଟି ରହିଥିତବା ଯୋଗୁଁ ଚାଷୀ ଜଣଙ୍କ ଚାଷ ଜମିରେ ପାଣି ।
ସେ ବାରମ୍ବାର ଏସମ୍ପର୍କରେ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ମଧ୍ୟ ଟ୍ରାନ୍ସଫର୍ମର ଟି ମରାମତି କରାଯାଇ ନଥିଲା । ଫଳରେ ଚାଷୀ ପ୍ରକାଶ ସାହୁ ଆଜି ସକାଳ ୭ଟା ବେଳକୁ ନିଜେ ଟ୍ରାନ୍ସଫର୍ମର ମରାମତି କରିବାକୁ ଉପରେ ଚଢିଥିଲେ । କିନ୍ତୁ ସେ ସେଠାରେ ୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ ।
ତେବେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ନଥିବା କାରଣରୁ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ସେଠାରେ ଥିବା ୫୫ନମ୍ବର ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଦୀର୍ଘ ଦେଢ ଘଂଟା ଧରି ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ସଦର ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କ ସହ ଅନ୍ୟ ପୋଲିସମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Leave A Reply

Your email address will not be published.

17 + seven =