* ଆର୍ଥିକ ଅନାଟନରୁ ହୋଇ ପାରୁନି ଚିକିତ୍ସା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସାଗରମୁଣ୍ଡାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୀନକେତନ ସୌରା ଓ ଚନ୍ଦ୍ରିକା ସୌରାଙ୍କ ଦେଢ଼ ବର୍ଷର ପୁଅ ମିଥୁନ ସୌରାଙ୍କ ଏଭଳି ଦୃଶ୍ୟ । ନିଜ ଗ୍ରାମ ପାପଡାହାଣ୍ଡି ବ୍ଲକ ପଣ୍ଡିକଟ ପଞ୍ଚାୟତ ଅନ୍ତର୍ଗତ ବାଙ୍କସର୍ଗି ହୋଇଥିବା ବେଳେ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ନିଜ ଶୁଶୁର ଘର ସାଗରମୁଣ୍ଡାରେ ରହୁଛନ୍ତି ମିନକେତନଙ୍କ ପରିବାର । କୁଲିମଜୁରୀ କରି ପେଟ ପୋଷଣ କରୁଥିବା ବେଳେ ପରିବାରରେ ପୁଅର ଦୁଃଖ ଦେଖି ମୀନକେତନ ଓ ତାଙ୍କ ସ୍ତ୍ରୀ ଚିନ୍ତାରେ ରହିଛନ୍ତି । ଦେଢ଼ ବର୍ଷର ପୁଅକୁ ପେଟରେ ଯନ୍ତ୍ରଣା ହେଲେ କଇଁ କଇଁ ହୋଇ କାନ୍ଦୁଛି । ଗରିବ ପରିବାର କରିବେ ଆଉ କଣ ପୁଅର କାନ୍ଦ ଦେଖି ବାପାମା ନିଜର ଲୁହ ପିଇ ଯାଉଛନ୍ତି । ମା ଚନ୍ଦ୍ରିକା କହିବା ପ୍ରକାରେ ଆର୍ଥିକ ଅନାଟନ ଭିତରେ ପରିବାର ଥିବା ବେଳେ ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲ ନେଇ ପାରୁନାହାନ୍ତି । ଅନାଇ ବସିଛନ୍ତି କିଏ ହେଲେ ହାତ ବଢାନ୍ତା କି ଆମ ପୁଅ ଭଲ ହୋଇଥାନ୍ତା । ପିଲାଟି ଦିନରୁ ହସଖୁସିରେ ଜୀବନ ବିତାଉଥିବା ବେଳେ ହଠାତ ଆସିଲା ବଡ଼ ବିପଦର ଝଡ । ଦେଢ଼ ବର୍ଷର ପୁଅକୁ ପେଟରେ ଯନ୍ତ୍ରଣା ହେବାକୁ ଆରମ୍ଭ କଲା । ଧୀରେ ଧୀରେ ସେହି ଯନ୍ତ୍ରଣା ହୋଇ ଟ୍ୟୁମର ବଢିବାକୁ ଲାଗିଲା । ଯନ୍ତ୍ରଣା ହେଲେ ଦେଢ ବର୍ଷର ପୁଅ ମିଥୁନ କଇଁ କଇଁ କାନ୍ଦୁଛି । ପୁଅର କାନ୍ଦଣା ଦେଖି ବାପାମା ଙ୍କ ଦୁଃଖ ଆହୁରି ବଢ଼ି ଯାଉଛି । ଗରିବ ପରିବାର ଆର୍ଥିକ ଅଭାବରୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ନେବାକୁ ସକ୍ଷମ ହୋଇ ପାରୁ ନାହାଁନ୍ତି । କିଏ ହେଲେ ଆସନ୍ତୁ ମୋ ପୁଅକୁ ଚିକିତ୍ସା ପାଇଁ ହାତ ବଢ଼ାନ୍ତୁ । ମୋ ପୁଅ ଠିକ ହୋଇଯିବ ଏମିତି ନେହୁରା ହୋଇ କହୁଛନ୍ତି ମା ଚନ୍ଦ୍ରିକା । ଅସହ୍ୟ ଯନ୍ତ୍ରଣାରୁ ମୋ ପୁଅକୁ ସାହାଯ୍ୟ କରନ୍ତୁ ବୋଲି ପ୍ରଶାସନ ପାଖରେ ନେହୁରା ହୋଇ କହିଛନ୍ତି ଚନ୍ଦ୍ରିକାଙ୍କ ପରିବାର ଓ ଗ୍ରାମବାସୀ