ଠିକା ଶ୍ରମିକଙ୍କୁ ସମାନ କାମକୁ ସମାନ ଦରମା ଦାବିରେ ବନ୍ଦର ସଚିବଙ୍କୁ ପୋର୍ଟ ୱାର୍କର୍ସ ୟୁନିୟନର ଦାବିପତ୍ର ପ୍ରଦାନ

ପାରାଦୀପ : ପାରାଦୀପ ବନ୍ଦରରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ସମାନ କାମକୁ ସମାନ ଦରମା ଦାବୀ ହୋଇଆସୁଥିବା ବେଳେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ (ଏଚଏମଏସ) ର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ସେଠୀ ଏବଂ କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ଦାସ ବୁଧବାର ଦିନ ବନ୍ଦରର ସଚିବଙ୍କୁ ସାକ୍ଷାତ କରି ଏସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଦୀନଦୟାଲ ବନ୍ଦରରେ ଲାଗୁ ହୋଇଥିବା ଏବଂ କେନ୍ଦ୍ର ରାଜପତ୍ରରେ ପ୍ରକାଶିତ ଧାରା ଅନୁସାରେ ପାରାଦୀପ ବନ୍ଦରରେ ଏହି ନିୟମ ଲାଗୁ କରିବା ପାଇଁ ବିଭାଗୀୟ ମୁଖ୍ୟ ମାନଙ୍କ ସହ ଆଲୋଚନା କରି ସିଦ୍ଧାନ୍ତ ନେବେ ବୋଲି ସଚିବ ପ୍ରତିଶୃତି ଦେଇଥିଲେ l ଏତଦବ୍ୟତୀତ ଠିକା ଶ୍ରମିକ ମାନଙ୍କର ଯୋଗ୍ୟତା ଭିତ୍ତିରେ ଉଚ୍ଚ ଶ୍ରେଣୀଭୁକ୍ତ କରିବା ପାଇଁ ମଧ୍ୟ ଆଲୋଚନା ହୋଇ ତାହାକୁ କାର୍ଯ୍ୟକାରୀ କରିବାକୁ ସମ୍ମତି ପ୍ରଦାନ କରିଥିବା ନେଇ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.

eighteen − 6 =