ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ପୁରୀ: ପୁରୀ ସହରର ଦେବୀଘାଟ ନିକଟରେ ଥିବା ଏକ ପରିବା ଗୋଦାମ ଉପରେ ହେବାକୁ ଯାଉଥିବା ଏକ ବଡ଼ ଧରଣର ଅପରାଧ ଓ ଡକାୟତୀ ଯୋଜନା ଉଦ୍ୟମକୁ ଟାଉନ୍ ଥାନା ପୋଲିସ୍ ପଣ୍ଡ କରିଦେଇଛି । ଡକାୟତୀ ଯୋଜନା ଓ ପ୍ରସ୍ତୃତି ଅଭିଯୋଗରେ ପୋଲିସ୍ ୭ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର କରିବାରୁ ପୋଲିସ୍ ସେମାନଙ୍କୁ ଜେଲ୍କୁ ପଠାଇ ଦେଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପରିଚୟ ହେଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗ୍ରାମର ବିଜିନା ଓରଫ ବିଜୟ ପ୍ରଧାନ (୪୦) ଓ ଅଜୁ ଓରଫ ଅଜୟ ପ୍ରଧାନ (୩୬) । ଉଭୟ ବର୍ତ୍ତମାନ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ଝୁମ୍ପୁଡ଼ି ବସ୍ତିରେ ରହୁଛନ୍ତି, ବାସେଳି ସାହି ଥାନା ଅନ୍ତର୍ଗତ ଓଡ଼ିଆ ମଠ ଛକର ବୁଲୁ ବେହେରା (୩୮), ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟ ନଗର ବସ୍ତିର ରୋହିତ୍ କୁମାର ରଣା (୨୪), ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ପାଇକ ସାହିର ଧୁନା ଓରଫ ଧିରେନ୍ ଜେନା (୩୦), ବାସେଳି ସାହି ଥାନା ଅନ୍ତର୍ଗତ ବିମାନବଡ଼ୁ ସାହିର ଟିଙ୍କୁ ଓରଫ ଉତ୍ତମ ମହାନ୍ତି (୩୨) ଏବଂ ଟାଉନ୍ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହି ଖୁଣ୍ଟିଆ ବଗିଚାର ଜୟ ଓରଫ ଜୟଦେବ କାଣ୍ଡି (୨୭) । ଅପରାଧିମାନଙ୍କ ନିକଟରୁ ପୋଲିସ୍ ୨ଟି ବଡ଼ ଖଣ୍ଡା, ୧ ଗୋଟି ଦେଶୀ ପିସ୍ତଲ, ୭ଟି ୟୁଜ୍ ଆଣ୍ଡ ଥ୍ରୋ ପ୍ଲାଷ୍ଟିକ୍ ଗ୍ଲାସ, ୨ଟି ମିନେରାଲ୍ ୱାଟର ବୋତଲ ଜବତ କରିଛି ।

Leave A Reply

Your email address will not be published.

twelve + 5 =