ବୌଦ୍ଧ: ବୌଦ୍ଧଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିବା ବେଳେ ସେହିସବୁ ସ୍ଥାନ ଗୁଡିକର ବିକାଶ ଓ ଏହି ସବୁ ସ୍ଥାନମାନଙ୍କରେ ପର୍ଯ୍ୟଟକମାନଙ୍କର ସୁବିଧା ସୁଯୋଗର ଆବଶ୍ୟକତା ରହିଛି । ଏହି ସବୁ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ସବୁ ଅଂଚଳକୁ ଯାଇ ତାହାର ବିକାଶ ନେଇ ଆଲୋଚନା କରାଯାଉଛି । ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳିମାନଙ୍କ ମଧ୍ୟରେ ତାଳସରଡା ପଂଚାୟତର ଡମ୍ବରଗାର୍ଡ ପାହାଡ ଅନ୍ୟତମ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପିଡି ଡିଆରଡିଏ ବବିତା ରାଣୀ ଦଳବେହେରା, ଆର୍କିଟେକ ସୁମନ ଷଡଙ୍ଗୀ, ତାଳସରଡା ସରପଂଚ କାଂଚନ ମହାକୁଡ ପ୍ରମୁଖ ବ୍ଲକ ଅଧିକାରୀ ଓ କର୍ମଚାରୀମାନେ ଏହି ପାହାଡ ଉପରକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ । ଏହି ସ୍ଥାନଟି ଦେଖିବାକୁ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନକୁ ଆକର୍ଷିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଠାରେ ଔଷଧୀୟ ପ୍ଲାଣ୍ଟ, ପାର୍କ, ସାଧନ କେନ୍ଦ୍ର, ପାହାଡ ଶିଖରୁ ମହାନଦୀ ପର୍ଯ୍ୟନ୍ତ ପାହଚ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରାଯିବା ନେଇ ଆଲୋଚନା ହୋଇଥିଲା । ପୂର୍ବରୁ ଏହି ସ୍ଥାନରେ ବିକାଶ ସ୍ଥାନିୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମକୁ ସ୍ଥାନିୟ ଜନସାଧାରଣ ପ୍ରଶଂସା କରିବା ସହିତ ଏହାର ବିକାଶ ହେଲେ ଏହି ଅଂଚଳର ମଧ୍ୟ ବିକାଶ ହୋଇ ପାରିବ ବୋଲି ଗ୍ରାମବାସୀମାନେ ଆଶା ରଖିଛନ୍ତିା