ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କରି ସୁନ୍ଦରୀ ଯୁବତୀ ଗିରଫ


ଅନୁଗୋଳ- ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ହଡପ କରି ଗିରିଫ ହୋଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରା ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ୮୪ ପଇସା ଗାଏବ ହୋଇଯାଇଛି । ବିିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା ଜଣିବା ପରେ ଡାକ୍ତରଙ୍କ ବୁଦ୍ଧିବଥା ହୋଇଯାଇଥିଲା । ଏନେଇ ସେ ତାଳଚେର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଘଟଣାର ଖୋଳତାଡ କରି ମାଷ୍ଟାମାଇଣ୍ଡ ଜଣେ ସୁନ୍ଦରୀ ଯୁବତୀଙ୍କୁ କଟକରୁ ଗିରଫ କରିବା ସହ କୋର୍ଟଚାଲାଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଂଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ଅଭିଯୋଗ ଅନୁଯାୟୀ ଗତବର୍ଷ ମେ ମାସରେ ସେ ତାଳଚେର ଆିଠିଆଇ ଛକରେ ଥିବା ଏକ ସୁନା ଦୋକାନରୁ ସୁନା କିଣି ୫ଟି ଚେକ୍ ଦେଇଥିଲେ । ସେପ୍ଟେମ୍ବର ୫ରେ ତାଳଚେର ଏସବିଆଇ ଶାଖାରେ ନିଜ ଆକାଉଂଟ ଅପଡେଟ କରିଥିଲେ । ଡାକ୍ତର ଜଣଙ୍କ ଜାଣିବାକୁ ପାଇଲେ ଗତବର୍ଷ ମେ ରୁ ଅଗଷ୍ଟ ମାସ ମଧ୍ୟରେ ଆକାଉଂଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଛି ।

Leave A Reply

Your email address will not be published.

six − three =