ଡାକ୍ତର କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ବିରଳ ଅସ୍ତ୍ରୋପଚାର,ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମା ମାଣିକେଶ୍ୱରୀ  ସୁପର ହସ୍ପିଟାଲ ରେ ଅର୍ଥପେଡିକ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଙ୍କ ଦ୍ୱାର ପଡିଯାଇ ଗୋଡଜଙ୍ଘ  ହାଡ ଭାଙ୍ଗି ଯାଇଥିବା ଜୈନିକ ରୋଗୀକୁ  ସଫଳ ଅସ୍ତ୍ରୋପଚାର କରିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଧୀରେ ଧୀରେ ଚାଲିବା ଆରମ୍ଭ କରିବା ଘଟଣା ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର ଥାନା ଅଧିନର ମୁସାନାଲ ଗ୍ରାମର ଗୋବିନ୍ଦ ପାତ୍ର (୮୪ ) ଗତ ଦୁଇ ମାସ ତଳେ ପଡିଯିବାରୁ ତାର  ବାମପଟ ଗୋଡର ଜଙ୍ଘର ଜଣ୍ଟ ଠାରୁ ଭାଙ୍ଗି ଯାଇଥିଲା । ସେ ଦୁଇମାସ ଧରି ଚେରମୂଳି ଔଷଧ ବ୍ୟବହାର କରିବା ସହିତ ଚାଲି ବୁଲି ପାରୁ ନଥିବାରୁ ଖଟରେ ପଡିରହିଥିଲା । ବାଧ୍ୟହୋଇ ଗୋବିନ୍ଦକୁ ତାର ପରିବାର ସଦସ୍ୟମାନେ ଭବାନୀପାଟଣା ଘୋଡାଘାଟଛକ ନିକଟସ୍ଥ ମା ମାଣିକେଶ୍ୱରୀ ହସ୍ପିଟାଲରେ  ୬/୧୦/୨୦୨୩ ଭର୍ତ୍ତି କରିଥିଲେ  । ଅର୍ଥପେଡିକ ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଗୋବିନ୍ଦକୁ ଯାଞ୍ଚ କରିବା ସହିତ ୯/୧୦/୨୦୨୩ ରେ ଗୋବିନ୍ଦ ର ଅସ୍ତ୍ରୋପଚାର କରି ବାମ ଗୋଡ ଜଙ୍ଘର ସମୁଦାୟ ସମସ୍ତ ଜଣ୍ଟ ହାଡକୁ ପରିବର୍ତ୍ତନ (ଟି ଏଚ ଆର ଅପ୍ରେସନ) କରିଥିଲେ । ଜଣେ ୮୪ ବର୍ଷ ର ବୃଦ୍ଧାକୁ ଏପରି ଅସ୍ତ୍ରୋପଚାର କରାଯାଇ ସମସ୍ତ ଗୋଡର ଜଙ୍ଘର ଜଣ୍ଟ ହାଡକୁ ପରିବର୍ତ୍ତନ ସଫଳତା ର କରିବା ଘଟଣା କଳାହାଣ୍ଡି ଜିଲ୍ଲାର ପ୍ରଥମ ସଫଳତା ସହିତ ଅସ୍ତ୍ରୋପଚାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୋବିନ୍ଦ ବର୍ତ୍ତମାନ ପୂର୍ବ ପରି ଚାଲିପାରିବା ଫଳରେ ସେ ନିଜେ ଏବଂ ତାର ପରିବାର ସଦସ୍ୟ ଙ୍କ ମନରେ ନାହିଁ ନଥିବା ଖୁସି ଦେଖା ଯିବା ସହିତ ସଫଳ ଅସ୍ତ୍ରୋପଚାର କରି ନୂତନ ଜୀବନ ଦେଇଥିବା ଡାକ୍ତର କୃଷ୍ଣଚନ୍ଦ୍ର ସାହୁ ଏବଂ ଅନ୍ୟ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

one × 4 =