ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୨ କମ୍ପୋଷ୍ଟ ପ୍ଲାଂଟ

ଭୁବନେଶ୍ୱର: ୧୧ଟି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ( ଏମସିସି ) ନିର୍ମାଣ ସରିଲାଣି । କିନ୍ତୁ ଏଥିରୁ ୧୦ଟି ଏମସିସି କାର୍ଯ୍ୟକ୍ଷମ ହୋଇପାରୁନି । ମାତ୍ର ଗୋଟିଏ ଚାଲୁଛି । ତାହା ପୁଣି ଯେତିକି କ୍ଷମତା ତାଠାରୁ କମ୍ ଆବର୍ଜନା କମ୍ପୋଷ୍ଟିଂ ହେଉଛି । ଏହିଭଳି ସ୍ଥିତିରେ ବିଏମସି କତୃପକ୍ଷ ଟାର୍ଗେଟ୍ ରଖିଛନ୍ତି ଯେ, ଡିସେମ୍ବର ସୁଦ୍ଧା ରାଜଧାନୀରେ ୩୨ଟି କମ୍ପୋଷ୍ଟ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ଜାନୁଆରିରୁ ଭୁଆସୁଣିରେ ଆଉ ଅଳିଆ ପଡ଼ିବନି । ବିଏମସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ୧୧ଟି କମ୍ପୋଷ୍ଟ ନିର୍ମାଣ ସରିଛି । ପିଷ୍ପତି ହୋଇଛି ଯେ ସମସ୍ତ କମ୍ପୋଷ୍ଟ ପ୍ଲାଂଟର ପରିଚାଳନା ଦାୟିତ୍ୱ ନିକଟସ୍ଥ ସ୍ୱୟଂ ସହାୟକ ଗୋଷ୍ଟିକୁ ଦିଆଯିବ । ହେଲେ ଏବେ କରୋନା ମହାମାରୀ ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଟିଗୁଡିକ କାମ ଆରମ୍ଭ କରିବାକୁ ଆସୁନାହାନ୍ତି । ଆବର୍ଜନା ସଂଗ୍ରହ ଓ ପ୍ରକ୍ରିୟାକରଣ ପାଇଁ ଏସ୍ଏଚ୍ଜିର ମହିଳାମାନଙ୍କୁ ସ୍ୱଚ୍ଛ ସାଥୀ ଭାବେ ନିୟୋଜିତ କରାଯାଇଛି । ତେଣୁ ଏବେ ସ୍ୱଚ୍ଛସାଥୀଙ୍କୁ ବୁଝାସୁଝା ଚାଲିଛି । ସେମାନେ ରାଜିହେଲେ ୧୦ଟି କମ୍ପୋଷ୍ଟ ପ୍ଲାଂଟରେ ଓଦା ବର୍ଜ୍ୟରୁ ଖତ ବାହାରିବ । ଏବେ କେବଳ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ରେ ଥିବା କମ୍ପୋଷ୍ଟ ପ୍ଲାଂଟ କାର୍ଯ୍ୟକ୍ଷମ ହେଉଛି । ଏଠାରେ ଦୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ରେ ଥିବା କମ୍ପୋଷ୍ଟ ପ୍ଲାଂଟ କାର୍ଯ୍ୟକ୍ଷମ ହେଉଛି । ଏଠାରେ ଦୈନିକ ୫ଟିନ୍ ଆବର୍ଜନା ପ୍ରକ୍ରିୟାକରଣ କରି ଖତ ବାହାର କରିପାରିବାର ବ୍ୟବସ୍ଥ୍ା ଥିଲେ ହେଁ ଏବେ ଦିନକୁ ୩ଟିନ୍ ଆବର୍ଜନା ପ୍ରକ୍ରିୟାକରଣ ହେଉଛି । ବିଏମସିର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ନିର୍ମାଣ ଶେଷ ହୋଇଥିବା ୧୧ଟି ଏମ୍ସିସି ମଧ୍ୟରୁ ୮ଟି ଏମ୍ସିସି ଡିଭିଜନ-୨ ଏବଂ ୩ଟି ଡିଭିଜନ-୧ ଅଧୀନରେ ଅଛି । ଏଥିରୁ ନିକୋ ପାର୍କ ନିକଟରେ ୩ଟି ପ୍ଲାଂଟ ନିର୍ମାଣ ହୋଇଥିବାବେଳେ ଏହା ଦ୍ୱାରା ୱାର୍ଡ ନଂ-୨୮,୨୯ ୩୫ ଓ ୩୬ ବାସିନ୍ଦା ଉପକୃତ ହେବେ । ୨ଟି ଲକ୍ଷ୍ମୀସାଗର ସ୍ଟେରେଜ୍ ଟ୍ରିଟମେଂଟ ଉପକୃତ ହେବେ । ବରଗଡ଼ ମଶାଣିରେ ହୋଇଥିବା ଟ୍ରିଟମେଂଟ ପ୍ଲାଂଟରେ ୱାର୍ଡ ୪୪ର ବାସିନ୍ଦା, ଗୋପବନ୍ଧୁ ନଗରରେ ହୋଇଥିବା ୨ଟି ଏମ୍ସିସିରେ ୱାର୍ଡ ୪୭, ୪୮ ଓ ୫୧ର ବାସିନ୍ଦା, ପାଣ୍ଡରା ଏମ୍ସିସି ଦ୍ୱାରା ୱାର୍ଡ ୧ଓ୨ର ବାସିନ୍ଦା ଏବଂ ଟିଟିଏସ୍ରେ ହୋଇଥିବା ଏମ୍ସିସ ଦ୍ୱାରା ୱାର୍ଡ ୧୦, ୧୧ଓ ୧୨ର ବାସିନ୍ଦା ଉପକୃତ ହେବେ । ଡିସେମ୍ବର ସୁଦ୍ଧା ବାକି ୨୧ଟି ନିର୍ମାଣ ଶେଷ ହୋଇଯିବ । ଏମ୍ସିସି ଦ୍ୱାରା ୱାର୍ଡ ୧ଓ୨ ବାସିନ୍ଦା ଏବଂ ଟିଟିଏମ୍ରେ ହୋଇଥିବା ଏମ୍ସିସି ଦ୍ୱାରା ୱାର୍ଡ ୧୦, ୧୧ଓ ୧୨ର ବାସିନ୍ଦା ଉପକୃତ ହେବେ । ଡିସେମ୍ବର ସୁଦ୍ଧା ବାକି ୨୧ଟି ନିର୍ମାଣ ଶେଷ ହୋଇଯିବ । ଏହି ୨୧ଟି ପାଇଁ କୌଣସି ପ୍ରକାରର ସମସ୍ୟା ନାହିଁ । କାମ ଜୋରଦାର୍ ଚାଲିଛି । ତେଣୁ ଡିସେମ୍ବେରରୁ ଏଠାରେ ଆବର୍ଜନା ପ୍ରକ୍ରିୟାକରଣ କରିବାକୁ ଯୋଜନା ରଖିଛୁ । ୩୨ଟି ପ୍ଲାଂଟ କାର୍ଯ୍ୟକ୍ଷମ ହେଲେ ଭୁଆସୁଣିରେ ଅଳିଆ ପକାଇବା ଆବଶ୍ୟକ ପଡ଼ିବନି । ରାଜଧାନୀରେ ମୋଟ୍ ୪୩ଟି ଏମ୍ସିସି ନିର୍ମାଣ ହେବାକୁ ଥିବାବେଳେ ୧୧ଟିର କାମ ସରିଛି, ୨୧ଟି କାମ ଚାଲିଛି । କିନ୍ତୁ ବାକି ୧୧ଟି ଜମି ହସ୍ତାନ୍ତର ସମସ୍ୟା ଯୋଗୁଁ ଫସିଯାଇଛି । ଖୁବ୍ ଶୀଘ୍ର ଜମି ମିଳିବାର ସମ୍ଭାବନା ଅଛି । ଜମି ମିଳିଲେ ନିର୍ମାଣ କାମ ଆରମ୍ଭ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି ବାକି ୧୧ଟି କମ୍ପୋଷ୍ଟ ପ୍ଲାଂଟ ନିର୍ମାଣ ପାଇଁ ଏବେ ଇଞ୍ଜିନିୟରିଂ ଡିଭିଜନ୍-୧ ଅଧୀନରେ ପ୍ରଶାନ୍ତିବିହାର, ପଟିଆ, ପଳାସୁଣି, ନୀଳାଦ୍ରିବିହାର, ହାତିଆସୁଣି ମନ୍ଦିର ପାଖ, ଭରତପୁରର ଜିଏ ପ୍ଲଟ୍ ଅଂଚଳ, କଳିଙ୍ଗନଗର, ଏନ୍-୩ ଏବଂ ଏକାମ୍ର ପାର୍କ ନିକଟସ୍ଥ ଖୋଲାସ୍ଥାନ ଅଛି । ଇଞ୍ଜିନିୟରିଂ ଡିଭିଜନ୍-୧ ଅଧୀନରେ ପୋଖରୀପୁଟ, ଲକ୍ଷ୍ମୀସାଗର ଏବଂ କଳିଙ୍ଗନଗର ନିକଟସ୍ଥ ସ୍ୱେରେଜ୍ ଟ୍ରିଟମେଂଟ ପ୍ଲାଂଟ ନିକଟସ୍ଥ ଖୋଲାସ୍ଥାନକୁଡ଼ିକ ଅଛି । ଏଠାରେ କେତେକ ସ୍ଥାନରେ ଲୋକ ବିରୋଧ କରୁଥିବାରୁ କାମ ଆରମ୍ଭ ହୋଇପାରିନି । କିନ୍ତୁ କାମ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ବିଏମସି ପକ୍ଷରୁ ଯୋଜନା ହୋଇଛି । ସେହିପରି ବିଏମସି ପକ୍ଷରୁ ୧୦ଟି ଏମ୍ଆର୍ଏଫ୍ ହେବାକୁ ଥିବାବେଳେ ଟିଟିଏସ୍ସ୍ଥିତ ଏମ୍ଆରଏଫ୍ଟି ଅଗଷ୍ଟ ୩ରୁ କାର୍ଯ୍ୟକ୍ଷମ ହୋଇଛି ।ଖୁବଶୀଘ୍ର ବାକି ୯ଟି ଏମ୍ଆରଏଫ୍ କାର୍ଯ୍ୟକ୍ଷମ ହେବା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

seven + ten =