ଡେଲାଙ୍ଗରେ ଆକ୍ରାନ୍ତ ସଂଖ୍ୟା ୧୦୬କୁ ବଢିଲା

ଭୁବନେଶ୍ୱର : ସରକାରଙ୍କ ପରିବର୍ତିତ ନିର୍ଦ୍ଦେଶ ଅନୁଯାୟୀ ,କରୋନା ପଜଟିଭ୍ ବା କୋଭିଡ ଆକ୍ରାନ୍ତ ରୋଗୀ ଚାହିଁଲେ ନିଜ ଘରେ ସଙ୍ଗରୋଧ ଭାବେ ରହିପାରିବେ । ସେହି ଅନୁ୍ୟାୟୀ ଚାଇଁପୁର ର ଜଣେ ୩୦ବର୍ଷୀୟ ପଜଟିଭ ଯୁବକକୁ ଗତକାଲି ସ୍ୱଗୃହରେ ସଙ୍ଗରୋଧ ରହିବାକୁ ପରାମର୍ଶ ଦିଆଯାଇଥିବା କୋଭିଡ ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ସରପଚଂଙ୍କ ଅନୁମତିକ୍ରମେ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଆଜି ଆଉ ଜଣେ କରୋନା ପଜଟିଭ ହରିରାଜପୁରରେ ଚିହ୍ନଟ ହେବା ପରେ ଡେଲାଙ୍ଗରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସୂଚନା ମିଳିଛି ।

Leave A Reply

Your email address will not be published.

seventeen + 8 =