ଢେଙ୍କାନାଳ କଲେଜର ସ୍ୱୟଂ ଶାସିତ ମାନ୍ୟତା ବୃଦ୍ଧି

ଢେଙ୍କାନାଳ: ଢେଙ୍କାନାଳ ସରକାରୀ ମହାବିଦ୍ୟାଳୟର ସ୍ୱୟଂ ଶାସିତ ମାନ୍ୟତା ୟୁନିଭର୍ସିଟି ଗ୍ରାଂଟ୍ କମିଶନ (ୟୁଜିସି) ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ କେନ୍ଦ୍ର ସରକାର ତଥା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ “ନିଶଙ୍କ’ ଓ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ବିଜେପି ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛି । ପ୍ରକାଶଥାଉକି, ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କେତେକ ତଥ୍ୟ ଦେଇନଥିବାରୁ ଏହି ମାନ୍ୟତା ପ୍ରତ୍ୟାହୃତ ହେବାର ଆଶଙ୍କା ଦେଖାଦେଇଥିଲା । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ବଳରେ ଏହି ଆଶଙ୍କା ଦୂରିଭୂତ ହେବା ସଙ୍ଗେ ସଙ୍ଗେ ଆସନ୍ତା ୨୦୨୩ ମସିହା ପର୍ଯ୍ୟନ୍ତ ମାନ୍ୟତା ବୃଦ୍ଧି ପାଇଛି । ଢେଙ୍କାନାଳ ବିଜେପିର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ପ୍ରମୁଖ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କୌଣସି ତୃଟି ବିଚ୍ୟୁତି ନହେବା ପାଇଁ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

12 − two =