ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଭେଟିଲା ଏବିଭିପି

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଜି ଏବିଭିପି ଢେଙ୍କାନାଳର ଏକ ପ୍ରତିନିଧି ଦଳ ନଗର ସମ୍ପାଦକ ଅରିଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ୨୧ ତାରିଖରୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜିର ହେବାକୁ ଥିବା ପରୀକ୍ଷା ପାଇଁ ପିଲା ମଧ୍ୟରେ ଥିବା ଦ୍ୱନ୍ଦ ଓ ଅସୁବିଧାକୁ ଦେଖି ଦାବି ପତ୍ର ପ୍ରଦାନ କରାଗଲା । ନିମ୍ନଲିଖିତ ଦାବି ଗୁଡିକ ହେଲା – ୧) ୟୁଜି ୬ଷ୍ଠ ସେମିଷ୍ଟର ପରୀକ୍ଷା ହେବା ପାଇଁ ମହାବିଦ୍ୟାଳୟ ନୋଟିସ୍ ବାହାର୍ କରି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ହେବ ଅବଗତ କରାଇଥିଲେ ମଧ୍ୟ ଏହା ର ଗାଇଡ୍ଲାଇନ୍ସ ଜଣାଯାଇ ନାହିଁ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହୁଛନ୍ତି । ତେଣୁ ଯଥା ଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ଗାଇଡ୍ଲାଇନ୍ସ ବିଷୟରେ ଅବଗତ କରାଯାଉ । ୨) ୟୁଜିର ଦ୍ୱିତୀୟ ଓ ଚତୁର୍ଥ ବ୍ୟାକ୍ ପେପର ସମ୍ପର୍କରେ କଲେଜ୍ ପ୍ରକାଶ କରିଥିବା ନୋଟିସ୍ ରେ ଏହା ଅଫ୍ଲାଇନ୍ ମାଧ୍ୟମରେ ହେବ ବୋଲି ଅବଗତ କରିଛି । ତେବେ ଏହି ପରୀକ୍ଷା ଟି କେବଳ ୬ଷ୍ଠ ସେମିଷ୍ଟାର୍ ଛାତ୍ରଛାତ୍ରୀ ଦେବେ ନା ଚତୁର୍ଥ ସେମିଷ୍ଟର ପିଲା ତାଙ୍କ ସହ ମିଶି ଦେବେ ତାହା କଲେଜ୍ ସ୍ପଷ୍ଟ କରୁ । ଛାତ୍ରଛାତ୍ରୀମାନଙ୍କ ଦ୍ୱନ୍ଦ ଦୂର କରୁ । ୩) ଯଦି ଅଫ୍ଲାଇନ୍ ମାଧ୍ୟମରେ ବ୍ୟାକ୍ ପେପର ହୁଏ ଯେଉଁ ଛାତ୍ରଛାତ୍ରୀଙ୍କର ୧ ରୁ ଅଧିକ ପେପର ଥିବା
ସେମାନଙ୍କ ହଷ୍ଟେଲ୍ରେ ରହିବାର ବ୍ୟବସ୍ଥା କରାଯାଉ । ୪) ଦ୍ୱିତୀୟ ଓ ଚତୁର୍ଥଃ ସେମିଷ୍ଟାର୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେଲା ନାହିଁ ଏବଂ ତାଙ୍କୁ ପରବର୍ତୀ ପାଇଁ ଉତୀର୍ଣ୍ଣ କରାଯାଇଛି ତେବେ ୪ର୍ଥ ଓ ୨ୟ ସେମିଷ୍ଟାର୍ ପିଲାଙ୍କ ମାର୍କିଂ କେଉଁ ଆଧାରରେ ହେବ ଓ ଫଳ କେବେ ସୁଦ୍ଧା ବାହାରିବା କଲେଜ ଯଥା ନୋଟିସ୍ ଜାରି କରି ଛାତ୍ରଛାତ୍ରୀଙ୍କୁ ଅବଗତ କରାଉ । ଉପରୋକ୍ତ ସମସ୍ତ ଦାବିକୁ କଲେଜ୍ ଯଥା ଶୀଘ୍ର ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କ ପାଇଁ ପୁରଣ କରିବା ପାଇଁ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଗଲା ବୋଲି ଏବିଭିପି ପକ୍ଷରୁ ସୂଚନା ଦିଆଯାଇଛି ।
ଜିଲ୍ଲା ସଂଯୋଜକ ବି ସୂର୍ଯ୍ୟ ରୋଶନ କହିଲେ ଯେ ଯଥା ଶୀଘ୍ର ଦାବି ପୂରଣ କରାଯାଉ । ସୌରଭ ମହାନ୍ତି, ଅମୃତ ଅଭିଷେକ ଦାସ, ଦିବ୍ୟରଞ୍ଜନ ପୁଷ୍ଟି, ବିକ୍ରମ ବେହେରା, ରସରାଜ ଦାସ ପ୍ରମୁଖ ଅଧ୍ୟକ୍ଷଙ୍କୁ ଭେଟିଥିଲେ ।

Leave A Reply

Your email address will not be published.

one × 2 =