ତରଭୁଜ ଚାଷୀ ହତାଶ: ନାହିଁ ଶୀତଳ ଭଣ୍ଡାର କି ବଜାର ସୁବିଧା

କଲମପୁର:: ଏବେ ସମଗ୍ର ବିଶ୍ୱ କରୋନା କବଳରେ କବଳିତ । କେଉଁଠି କାହାର କୌଳିକ ବୃତି ପ୍ରଭାବିତ ହେଉଛି ତ ଆଉ କେଉଁଠି କାହାର ଜିବୀକା ପ୍ରଭାବିତ ହେଉଛି । ରାସ୍ତା କଡରେ ଠେଲା ଗାଡିରେ ଉଠା ଦୋକାନ କରି ଗୁଜୁରାଣ ମେଂଟାଉଥିବା ଲୋକଙ୍କ ସମେତ କିଏ କିଏ ଖାଇବାକୁ ଜୁଟାଇନପାରି ଭୋକ ଉପାସରେ ରହୁଛନ୍ତି । ଆଉ କେଉଁଠି ବଜାର ସୁବିଧା ଓ ଶୀତଳ ଭଣ୍ଡାରର ସୁବିଧା ନଥିବା ବେଳେ ଯାନ ବାହାନ ଅଚଳ କାରଣରୁ ଚାଷୀ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି । ତାର ଏକ ସଦ୍ୟତମ ଉଦାହରଣ କଳାହାଣ୍ଡି ଜିଲ୍ଲାର ତେଲ, ହାତୀ, ରେତ ଆଦି ନଦୀ ସମେତ ବିଭିନ୍ନ ନାଳକୂଳିଆ ଜମିରେ ତରଭୁଜ ଚାଷ କରିଥିବା ଚାଷୀ । ବିଗତ ଦିନ ମାନଙ୍କରେ କଲମପୁର ଅଂଚଳର ତରଭୁଜକୁ ଜୁନାଗଡ, ଧର୍ମଗଡ, ଭବାନିପାଟଣା, କେସିଙ୍ଗା ସମେତ ନର୍ଲା ଆଦି ଅଂଚଳର ବ୍ୟବସାୟୀ । ଆସି କ୍ୱିଂଟାଲ କ୍ୱିଂଟାଲ ନେଉଥିଲେ । ଏହାଦ୍ୱାରା ଚାଷୀଙ୍କ ସମେତ କିଛି କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ଲାଭନ୍ୱିତ ହେଉଥିଲେ । ସ୍ଥାନୀୟ କଲମପୁର ଜୟପାଟଣାର ବିଭିନ୍ନ ସାପ୍ତାହିକ ବଜାରରେ ନିତି ପ୍ରତିଦିନ ଚାଷୀ ତରଭୁଜ ବିକ୍ରି କରି ବେଶ ଦୁଇ ପଇସା ପାଉଥିଲେ । କିନ୍ତୁ ଏବେ କରୋନା କଟକଣା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର, ବନ୍ଦ ରହିଛି ଯାନ ବାହାନ ଚଳା ଚଳ, ଦୋକାନ ବଜାର ବନ୍ଦ ଓ ଯାନ ବାହନ ଚଳାଚଳରେ ପ୍ରତିବନ୍ଧକ ଯୋଗୁଁ ବାହାରର ବ୍ୟବସାୟୀ ତରଭୁଜ ସଂଗ୍ରହ କରିବାରେ ଅସମର୍ଥ ହେଉଛନ୍ତି । ଅନ୍ୟପଟେ ତରଭୁଜ ଏକ ଥଣ୍ଡା ଉଦ୍ରେକକାରୀ ଫଳ ଭାବରେ ଲୋକଙ୍କ ଧାରଣା ରହିଥିବାରୁ ଲୋକେ କାଳେ ଥଣ୍ଡା ଜ୍ୱର ହେବା ସହ କରୋନା ସଂକ୍ରମଣର ଶିକାର ହେବେ ତେଣୁ କେହି ତରଭୁଜ ଖାଇବା ପାଇଁ ଅମଙ୍ଗ ହେଉଛନ୍ତି । ଅନ୍ୟପଟେ କଲମପୁରୀ ଅଂଚଳରେ କୌଣସି ଶୀତଳ ଭଣ୍ଡାରର ବ୍ୟବସ୍ଥା ନାହିଁ, ଯେଉଁଥିରେ ଚାଷୀ ରଖି ପରବର୍ତି ସମୟରେ ବିକ୍ରୀ କରି ଲାଭନ୍ୱିତ ହେଇ ପାରନ୍ତେ । କିନ୍ତୁ କଲମପୁର ଅଂଚଳରେ ଶୀତଳ ଭଣ୍ଡାର ସାତ ସପନ ଯେଉଁଥିପାଇଁ କଲମପୁର ବ୍ଲକର ଜଟିଆ ଦଳପତିଙ୍କ ଭଳି ଚୁରାଗାଁ, ଟେମରା, ପରୁଆଗୁଡା, ଖଙ୍ଗାରଗୁଡା, ବିରିପୁର, ମାଟିଖାଲ ବାଲିଛଡା ସମେତ ବହୁ ନଦୀ କୂଳିଆ ଗାଁର ତରଭୁଜ ଚାଷୀ ପ୍ରଭାବତି ହେବା ସହ ଲକ୍ଷାଧିକ ଟଙ୍କାର କ୍ଷତିଗ୍ରସ୍ଥ ହେଉଛନ୍ତି । ଯେଉଁଥି ପାଇଁ ଆଗାମୀ ଦିନରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସମସ୍ୟା ଦେଖା ଦେବ । ଏହାସହ ଚାଷ ପାଇଁ କରିଥିବା ଧାର କରଜ ଶୁଝିନପାରି ଋଣ ଯନ୍ତ୍ରଣାରେ ଛଟପଟ ହେବେ ଚାଷୀ । ଅନ୍ୟପଟେ ଏହି ତରଭୁଜ ଚାଷକୁ କେହି ରାଜ୍ୟ ଅଥବା କେନ୍ଦ୍ର ସରକାର ବୀମା ଭୁକ୍ତ କରିନଥିବାରୁ ଚାଷୀ ପ୍ରଭାବିତ ହେଉଛନ୍ତି । ତେଶୁ ଚାଷୀଙ୍କ ଏହି ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

five × 3 =