ଘଟଗାଁ-କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା’ ତାରିଣୀ ମନ୍ଦିର ଭକ୍ତ ପାଇଁ ଖୋଲିବା ପାଇଁ ନମୋ ସେନା ପକ୍ଷରୁ ଦାବି କରାଯାଇଛି । ସୂଚନା ଥାଉକୁ କିଛି ଦିନ ପୂର୍ଭରୁ ଏନେଇ ନମୋ ସେନା ପକ୍ଷରୁ ହାଇକୋଟରେ ଏକ ପିଟିସନ ଦାଖଲ କରାଯାଇଛି । ତାରିଣୀ ମନ୍ଦିରରେ ଗର୍ଭଗୃହ ନଥିବା ବେଳେ ମନ୍ଦିର ବେଢା ଭିତରେ ଭକ୍ତଙ୍କ ପାଇଁ ପର୍ଯ୍ୟନ୍ତ ସ୍ଥାନ ରହିଛି ଓ ପ୍ରବେଶ ଓ ପ୍ରସ୍ତାନ ପାଇଁ ୨ଟି ଦ୍ୱାର ରହିଛି । ଯାହା ଫଳରେ ବହୁ ଭକ୍ତ କୋଭିଡ ନିୟମକୁ ପାଳନ କରି ମାଙ୍କ ଦର୍ଶନ କରିପାରି ବୋଲି ନମୋ ସେନା ପକ୍ଷରୁ ପିଟିସନରେ ଦର୍ଶାଯାଇଛି । ତେବେ ନମୋ ସେନାର କର୍ମକର୍ତା ମା ତାରିଣୀ ମନ୍ଦିର ସମ୍ମୁଖରେ ଏକତ୍ରୀତ ହୋଇ ଖୁବ ଶ୍ରିଘ୍ର ତାରିଣୀ ମନ୍ଦିର ଖୋଲିବା ପାଇଁ ଦାବି କରିବା ସହ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି କରିଥିଲେ ।