ତାଳଚେର ସହରରେ ପରିବେଶ ପ୍ରଦୂଷଣ ବୃଦ୍ଧି, ପ୍ରତିକାର ବ୍ୟବସ୍ଥା କାହିଁ?

ତାଳଚେର: କୋଇଲା ଖଣି କ୍ଷେତ୍ର ଭାବେ ପରିଚିତ ତାଳଚେର ସହର ରାଜ୍ୟ ତଥା ଦେଶର ଆର୍ଥିକ ମାନା ଦାଣ୍ଡରେ ଯଥେଷ୍ଟ ସହାୟକ ହୋଇଥିବା ବେଳେ, ଏ ସହରର ଏବେ ବି ଅବେହେଳିତ । ପ୍ରଦୂଷଣ ଏହି ସହର ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ, ଏହାର ସମାଧାନ ପାଇଁ କାହାର ବି ନିଘା ନାହିଁ, ଯା ଫଳରେ ସାଧାରଣ ଲୋକ ଅନେକ ସମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ତାଳଚେରରେ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଭୂତଳ କୋଇଲା, ଖଣ୍ଡି, ସାଉଥ ବଲଣ୍ଡା, ନନ୍ଦିରା,ଚମ୍ପାପଶି, ଦେଉଲବେଡା, ହାଣ୍ଡିଧୂଆ ପ୍ରଭୃତିରୁ ଏବେ କୋଇଲା ଉତୋଳନ, ଅନନ୍ତ ଲିଙ୍ଗରାଜ, କଣତହାଁ ପ୍ରଭୃତି କୋଇଲା ଖଣି ମାନଙ୍କରୁ ପ୍ରଚୁର ପରିମାଣରେ କୋଇଲା ଉତୋଳନ କରାଯାଇ ଏହାକୁ ରାଜ୍ୟ, ଦେଶ ତଥା ଦେଶ ବାହାରକୁ ଉଭୟ ରେଳପଥ, ସଡକ ପଥ ଏବଂ ଜଳପଥରେ ରପ୍ତାନି କରାଯାଉଛି । ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଉଦ୍ୟୋଗ, ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ, (ଟିଏସଟିପିଏସ, ଏନଟିପିସି), ଜାତୀୟ ଆଲୁମିନିୟମ ପ୍ରକଳ୍ପ (ନାଲକୋ), ତାଳଚରେ ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ), ଏବଂ ଘରୋଇ ଉଦ୍ୟୋଗ, ଜିନ୍ଦଲା ସ୍ଟିଲ ଆଣ୍ଡ ପାୱର, (ଜିଏସପିମଲ) ମୋନେଟ, ଭୂଷଣ ସ୍ଟିଲ, ନବଭାରତ, ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ (ଜିଇପିଟିଏଲ), ଲାନକୋ, ବି.ଆର.ଜି ଏବଂ ଅନେକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିଥିବା ବେଳେ, ଏହା ଚାଲିବା ପାଇଁ ପ୍ରଚୁର ପରିମାଣରେ କୋଇଲା ଆବଶ୍ୟକ ପଡିଥାଏ । ଏହି ସବୁ ଶିଳ୍ପ ପ୍ରତିଷ୍ଠାନ ତଥା ତାଳଚେରର ସମସ୍ତ କୋଇଲା ଖଣି ମାନଙ୍କରୁ କୋଇଲା ଆସିଥାଏ । ବିଶେଷ କରି ଆମ ରାଜ୍ୟ ଦେଶ ତଥା ରେଳବାଇ ବିଭାଗ ତାଳଚେର ସହରରୁ କୋଇଲା ବିକ୍ରୟ କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ଏହି ସହରର ସେମିତି ଆଖି ଦୃଶିଆ ଉନ୍ନତି ହୋଇ ନାହିଁ । ତାଳଚେରରେ ସମସ୍ତ କୋଇଲା ଖଣି ମାନଙ୍କୁ ଉତୋଳନ କୋଇଲା ଏହାର ନିଜସ୍ୱ କୋଲ ହାଣ୍ଡଲିଙ୍ଗ ପ୍ଲାଂଟକୁ ଆସି ସେଠାରୁ ଟ୍ରକ, ଟିପର ଏବଂ ରେଳ ସାଇଡିଂ ମାଧ୍ୟମରେ ବାହାରକୁ ଯାଇଥାଏ । ସଡକ ପଥରେ ତାଳଚେରରୁ ଦୈନିକ ୩ ହଜାର କୋଇଲା ବୋଝେଇ ଟ୍ରକ ଚଳାଚଳ କରୁଥିବା ବେଳେ, ରେଳବାଇ ମାଧ୍ୟମରେ ୪୫ଟି କୋଇଲା ବୋଝେଇ ୱାଗନ ଗାଡି ଦୈନିକ ବାହାରକୁ ଯାଇଥାଏ । ଭୁପୃଷ୍ଟ କୋଇଲା ଖଣି ଯୋଗୁଁ କୋଇଲା ଗୁଣ୍ଡ ଉଡି ଏହି ତାଳଚେର ସହରର ସୁସ୍ଥ ପରିବେଶକୁ ଦୂଷିତ କରିବା ଏଠାରେ ପ୍ରତିଷ୍ଠା ହୋଇଥିବା କୋଲ ୱାସରୀ ପ୍ଲାଂଟରୁ କୋଇଲା ଗୁଣ୍ଡ, ଧୂଆଁ ଏବଂ ଆବର୍ଜନା ଜଳ ଏହି ପ୍ରଦୂଷଣ ସମସ୍ୟାକୁ ଅଧିକ ଜଟିଳ କରିଥାଏ । ଏପରିକି ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରକ୍, ଟିପରରୁ କୋଇଲା ଗୁଣ୍ଡ ପଡି ଏହାକୁ ଆଚ୍ଛାଦିତ କରିଥାଏ । କଳକାରଖାନା ମନଙ୍କରୁ ନିର୍ଗତ ଧୂଆଁ ଏବଂ ଆବର୍ଜନା ଜଳ ନଦୀ ନାଳରେ ମିଶିବା ଦ୍ୱାରା ଏହା ପ୍ରଦୂଷଣରମାତ୍ରକୁ ଅଧିକ ଭାବେ ବଢ଼ାଇଥାଏ । କୋଇଲା ଖଣି କ୍ଷେତ୍ର ଅଂଚଳ ତଥା ଏହାର ପାଶ୍ୱର୍ବର୍ତୀ ଅଂଚଳ ଗ୍ରାମ ମାନଙ୍କର ମହାନଦୀ କୋଇଲା ଖରି ନିଗମ ପକ୍ଷରୁ ପ୍ରତି ବର୍ଷ ବୃକ୍ଷରୋପଣ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ଏହି ବାବଦରେ ଅଧିକ ଅର୍ଥ ବାଟ ମାରଣା କରାଯାଉଥିବାରୁ ଏହି କାର୍ଯ୍ୟ ଠିକ ଭାବେ ହେଉ ନାହିଁ ବୋଲି ଅଭିଯୋଗ ହେଉଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପାଖରେ ତାଳଚେରରେ ବଢ଼ୁଥିବା ପରିବେଶ ପ୍ରଦୂଷଣ ଉପରେ ଖବର ଥିବାବେଳେ ଏହି ବିଭାଗ ଏହାର ସମାଧାନ କ୍ଷେତ୍ରରେ ସେମିତ ବିଶେଷ ପଦକ୍ଷେପ ନେଉନଥିବା ସାଧାରଣ ଲୋକମାନେ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏକ ଆକଳନ ଅନୁଯାଇ ଏହି ତାଳଚେର ସହର ସବୁଠାରୁ ଉତପ୍ତ ସହର ଏବ ସମଗ୍ର ଭାରତ ବର୍ଷରେ ପରିବେଶ ପ୍ରଦୂଷଣରେ ଏହାର ସ୍ଥାନ ୨ ୟରେ ରହିଛି । ପରିବେଶ ପ୍ରଦୂଷଣ ଯୋଗୁଁ ଏହି ତାଳଚେରେ ଅଂଚଳରେ ବସବାସ କରୁଥିବା ଲୋକମାନେ ଆଜମା, ଡଣ୍ଡିଶ, ବାତରୋଗ, ଏସନଫୁଲିଆ, ଡେଙ୍ଗୁ ଭଳି ରୋଗର ଶିକାର ହୋଇଥାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଅନୁଗୋଳ ଜିଲ୍ଳା ପ୍ରଶାସନ, ଏଠାକାର ରାଜନୈତିକ ନେତା, ଏମ.ସି.ଏଲ. ଏହି ତାଳଚେରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକାଯିବ କ୍ଷେତ୍ରରେ କୌରସି ବିହିତ ପଦକ୍ଷେପ ନେଉନଥିବା ସାଧାରଣ ଲୋକ ଅଭିଯୋଗ କରୁଛନ୍ତି । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଏଥିପାଇଁ ଜନ ଆନେ୍ଦାଳନ କରାଯିବ ବୋଲି ସାଧାରଣ ଲୋକ, ବୁଦ୍ଧିଜୀବୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ମାନେ ଏହା ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.

sixteen − one =